ନାବାଳକ ଅପହର୍ତ୍ତାଙ୍କ ୧୦ ଲକ୍ଷ ଦାବି

ନାବାଳକ ଅପହର୍ତ୍ତାଙ୍କ ୧୦ ଲକ୍ଷ ଦାବି

123RF.com

ଝାରସୁଗୁଡ଼ା : ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ସରବାହାଲଠାରେ ଥିବା କ୍ରିଷ୍ଣ ଏନ୍‌କ୍ଲେଭରୁ ଜଣେ ନାବାଳକଙ୍କୁ ଅପହରଣ କରାଯାଇଛି। ନାବାଳକର ମୁକ୍ତି ବଦଳରେ ତାଙ୍କ ପିତାଙ୍କୁ ୧୦ ଲକ୍ଷ ଟଙ୍କା ଦାବି କରିଛନ୍ତି ଅପହର୍ତ୍ତା।

ଝାରସୁଗୁଡା ଆଇଆଇସି ସାବିତ୍ରୀ ବଳଙ୍କ ଠାରୁ ପ୍ରକାଶ ଯେ ଆଜି ଏହି ଏନ୍‌କ୍ଲେଭ୍‌ରେ ରହୁଥିବା ବ୍ୟବସାୟୀ ସୁନିତ ଅଗ୍ରୱାଲଙ୍କ ୧୫ ବର୍ଷର ପୁତ୍ର ସମର୍ଥ ସନ୍ଧ୍ୟାରେ ଇଲେକ୍ଟ୍ରିକ ସ୍କୁଟିରେ ଘରୁ ଯାଇ ଆଉ ଫେରି ନଥିଲେ। ପରେ ଏକ ଅଜଣା ନମ୍ବରରୁ ଜଣେ ବ୍ୟକ୍ତି ସୁନିତଙ୍କୁ ଫୋନରେ ଧମକ ଦେଇଥିଲେ। ପୁଅକୁ ପାଇବାକୁ ହେଲେ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲା। ଏ ନେଇ ଏକ ମାମଲା ହୋଇଥିଲା ବେଳେ ପୁଲିସ ତଦନ୍ତ ଜାରିରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe