ପାଣି ଭର୍ତ୍ତି ବାଲଟିରେ ପଡି ୧୦ ମାସର ଶିଶୁକନ୍ୟା ମୃତ

ପାଣି ଭର୍ତ୍ତି ବାଲଟିରେ ପଡି ୧୦ ମାସର ଶିଶୁକନ୍ୟା ମୃତ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଟେମେରା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ୧୦ ମାସର ଶିଶୁ କନ୍ୟା ପାଣି ଭର୍ତ୍ତି ଥିବା ବାଲ୍ଟିରେ ମୁହଁ ମାଡି ପଡି ମୃତ୍ୟ ହୋଇଛି।

ସୂଚନା ପ୍ରକାରେ ଟେମେରା ଗ୍ରାମର ବିଜୟ ମାଝୀଙ୍କ ସ୍ତ୍ରୀ ରଜନୀ ଆଜି ଦିନ ପ୍ରାୟ ୧୧ଟା ସମୟରେ ନିଜ ପୁଅ ଏବଂ ଝିଅକୁ ଗାଧଉ ଥିଲେ। ପ୍ରଥମେ ସାନ ଝିଅ ସସ୍ମିତା (୧୦ ମାସ)କୁ ଗାଧେଇ ସାରି କିଛି ଦୂରରେ ଛିଡା କରିଦେଇ ଥିଲେ। ପରେ ବଡ଼ ପୁଅକୁ ଗାଧଉ ଥିଲେ। ସେହି ସମୟରେ ସାନ ଝିଅ ସସ୍ମିତା ଚାଲି ଚାଲି ଆସି ପାଣି ଭର୍ତ୍ତି ଥିବା ବଲଟିରେ ମୁହଁ ମାଡି ପଡି ଯାଇଥିଲା। ସସ୍ମିତା ବଲଟିରେ ପଡିଯିବା ଘଟଣା ମା’ ଜାଣିପାରି ନଥିଲେ। ପରେ ପୁଅକୁ ଗାଧେଇ ସାରି ଝିଅକୁ ଖୋଜିବା ବେଳେ ଘଟଣା ସମ୍ପର୍କରେ ଜାଣିଥିଲେ। ପରେ ପରିବାର ଲୋକ ତୁରନ୍ତ ବାଇକ ଯୋଗେ ସସ୍ମିତାକୁ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ତେବେ ସସ୍ମିତାକୁ ଝରିଗାଁ ଡାକ୍ତର ମୃତ ଘୋଷଣା କରିଥିଲେ। ଶେଷରେ ଘଟଣା ନେଇ ସସ୍ମିତାର ବାପା ବିଜୟ ମାଝୀ ଝରିଗାଁ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଝରିଗାଁ ଥାନା ତରଫରୁ ଆଇଆଇ ପ୍ରମୋଦ କୁମାର କଣ୍ଡୁଆଲ ଓ ଅନ୍ୟ ମାନେ ଝରିଗାଁ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଖବର ପ୍ରସାର ହେବା ପରେ ଝରିଗାଁ ତଥା ଟେମେରା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe