ଆଉ ୧୦ ଆକ୍ରାନ୍ତଙ୍କ ପ୍ରାଣହାନି, ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୯୦କୁ ବୃଦ୍ଧି

Advertisment
ଆଉ ୧୦ ଆକ୍ରାନ୍ତଙ୍କ ପ୍ରାଣହାନି, ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୯୦କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୨୬୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୯୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଗଞ୍ଜାମରେ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଖୋର୍ଦ୍ଧାରେ ୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷରେ ସୋନପୁର, ନୟାଗଡ଼, କୋରାପୁଟ ଓ ଅନୁଗୁଳରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।
ଗଞ୍ଜାମର ୨ ଜଣ ମୃତକ ପୁରୁଷଙ୍କ ବୟସ ୪୨ ଓ ୭୦ ବର୍ଷ। ଅପରପକ୍ଷରେ ଗଞ୍ଜାମର ଯେଉଁ ୨ ଜଣ ମହିଳା ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି, ସେମାନଙ୍କର ବୟସ ୫୦ ଓ ୫୯ ବର୍ଷ ବୋଲି ଜଣାଯାଇଛି। ଖୋର୍ଦ୍ଧାରେ ଯେଉଁ୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ଭିତରୁ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି। ଉଭୟଙ୍କର ବୟସ ଯଥାକ୍ରମେ ୭୦ ଓ ୫୯ ବର୍ଷ ବୋଲି ଜଣାଯାଇଛି। ଉଭୟଙ୍କ ଘର ଭୁବନେଶ୍ବରରେ ବୋଲି ସୂଚନା ଦିଆଯାଇଛି । ସୋନପୁର, ନୟାଗଡ଼, ଓ ଅନୁଗୁଳରେ ଯେଉଁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି, ସେମାନେ ସମସ୍ତେ ପୁରୁଷ। ସେମାନଙ୍କର ବୟସ ଯଥାକ୍ରମେ ୭୬, ୬୧ ଓ ୭୬ ବର୍ଷ ବୋଲି ଜଣାଯାଇଛି। । ଅପରପକ୍ଷରେ କୋରାପୁଟର ଜଣେ ୩୫ ବର୍ଷୀୟା ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।

publive-image lompocvmc.com

ଏଣେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ ହଜାର ୭୧୮କୁ ବୃଦ୍ଧି ପାଇ ଥିବା ବେଳେ ଏବେ ରାଜ୍ୟରେ ମୋଟ୍ ୪୮୫୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୬୯୯ ରହିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୫୩ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe