ଭୁବନେଶ୍ବରରେ ପହଞ୍ଚିଲେ ମଣିପୁରରେ ପଢ଼ୁଥିବା ୧୦ ଓଡ଼ିଆ ଛାତ୍ରଛାତ୍ରୀ

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ

ଭୁବନେଶ୍ବରରେ ପହଞ୍ଚିଲେ ମଣିପୁରରେ ପଢ଼ୁଥିବା ୧୦ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ବର : ମଣିପୁରର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ୧୦ଜଣ ଓଡ଼ିଆ ଛାତ୍ରଛାତ୍ରୀ ରବିବାର ଦିନ ସୁରକ୍ଷିତ ଭାବେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଛାତ୍ରଛାତ୍ରୀମାନେ ସୁରକ୍ଷିତ ଭାବେ ଓଡ଼ିଶା ଫେରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମଣିପୁରରେ ଜାତିଗତ ହିଂସାରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ପରିବାର ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଶନିବାର ଦିନ ସେମାନଙ୍କୁ ମଣିପୁରରୁ କୋଲକତା ଅଣାଯାଇଥିଲା। ରବିବାର ପୂର୍ବାହ୍ନରେ ଛାତ୍ରଛାତ୍ରୀଙ୍କୁ ବିମାନରେ କୋଲକତାରୁ ଭୁବନେଶ୍ବର ଅଣାଯାଇଥିଲା। ଏଠାରେ ପହଞ୍ଚିବା ପରେ ଓଡ଼ିଶା ପରିବାର ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ପରେ ସେମାନେ ନବୀନ ନିବାସ ଯାଇ ମୁଖମନ୍ତ୍ରୀଙ୍କୁ ଭେଟିଥିଲେ। ସୁରକ୍ଷିତ ଭାବେ ସେମାନଙ୍କୁ ଫେରାଇ ଆଣିଥିବାରୁ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସେମାନଙ୍କ ପାଠପଢ଼ା ବିଷୟରେ ପଚାରି ବୁଝିବା ସହ ଖୁବ୍ ଶୀଘ୍ର ମଣିପୁରରେ ସ୍ୱାଭାବିକ ଅବସ୍ଥା ଫେରି ଆସିବ ବୋଲି ଆଶାବ୍ୟକ୍ତ କରିଥିଲେ। ପିଲାମାନଙ୍କୁ ହକି ଜର୍ସି ଦେଇ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe