୧୩ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌କୁ ୧୦ ଅଧିକାରୀ ମନୋନୀତ

ସାମ୍‌ସର ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା: ରେଭେନ୍ସା‌ ୟୁଜି, ପିଜିରେ ୩୬୦ ସିଟ୍‌ ଖାଲି

The Times of India

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ୧୩ଟି ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍‌ ପାଇଁ ୧୦ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ମନୋନୀତ କରାଯାଇଛି। ସେମାନେ ଉଚ୍ଚଶିକ୍ଷା ସଚିବଙ୍କ ପ୍ରତିନିଧି ଭାବେ ସିଣ୍ଡିକେଟ୍‌ ବୈଠକରେ ଉପସ୍ଥିତ ରହିବେ। ଉଚ୍ଚଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ପ୍ରଶାନ୍ତ କୁମାର ରଥ ଏମ୍‌ଏସ୍‌ସିବି ଓ ଫକୀର ମୋହନ ବିଶ୍ବବିଦ୍ୟାଳୟରେ ପ୍ରତିନିଧିତ୍ବ କରିବେ। ବିଭାଗୀୟ ଅତିରିକ୍ତ ସଚିବ ରମାକାନ୍ତ ନାୟକ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ଅତିରିକ୍ତ ସଚିବ ପ୍ରଦୀପ କୁମାର ମିଶ୍ର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଅତିରିକ୍ତ ସଚିବ ବୀରେନ୍ଦ୍ର କୋରକୋରା ଉତ୍କଳ ଓ ରେଭେନ୍ସା ବିଶ୍ବବିଦ୍ୟାଳୟ, ଅତିରିକ୍ତ ସଚିବ ନିବେଦିତା‌ ମିଶ୍ର ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ, ଅତିରିକ୍ତ ସଚିବ ମନୋରଞ୍ଜନ ନାୟକ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ଯୁଗ୍ମ ସଚିବ ପ୍ରତିଭା ସାହୁ ସମ୍ବଲପୁର ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ଯୁଗ୍ମ ସଚିବ ସ୍ନିଗ୍ଧା ଚମ୍ପତ୍ତିରାୟ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଧୀରେନ୍ଦ୍ରନାଥ କର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ, ଉପନିର୍ଦ୍ଦେଶକ ରଜତ କୁମାର ମାନସିଂ କଳାହାଣ୍ଡି ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍‌ ପାଇଁ ମନୋନୀତ ହୋଇଛନ୍ତି। ଉଚ୍ଚଶିକ୍ଷା ସଚିବ ଯଦି କୌଣସି ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ ବୈଠକରେ ଅନୁପସ୍ଥିତ ରୁହନ୍ତି, ତାଙ୍କ ସ୍ଥାନରେ ଉକ୍ତ ଅଧିକାରୀମାନେ ସାମିଲ ହେବେ ବୋଲି ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe