ଗନ୍ଧମାର୍ଦ୍ଦନରେ ଫସିଛନ୍ତି ୧୦

Advertisment

ବରଗଡ଼ ଜିଲ୍ଲାର ନୃସିଂହନାଥରୁ ବଲାଙ୍ଗୀରର ହରିଶଙ୍କର ପର୍ଯ୍ୟନ୍ତ ବ୍ୟାପିଥିବା ଗନ୍ଧମାର୍ଦ୍ଦନ ପର୍ବତମାଳାର ଏକ ପାହାଡ଼ ଶିଖରରେ ଫସି ରହିଛନ୍ତି ଛତିଶଗଡ଼ର ୧୦ରୁ ଅଧିକ ବୋଲ୍‌ବମ୍‌ ଶ୍ରଦ୍ଧାଳୁ।

ବରଗଡ଼ ଜିଲ୍ଲାର ନୃସିଂହନାଥରୁ ବଲାଙ୍ଗୀରର ହରିଶଙ୍କର ପର୍ଯ୍ୟନ୍ତ ବ୍ୟାପିଥିବା ଗନ୍ଧମାର୍ଦ୍ଦନ ପର୍ବତମାଳାର ଏକ ପାହାଡ଼ ଶିଖରରେ ଫସି ରହିଛନ୍ତି ଛତିଶଗଡ଼ର ୧୦ରୁ ଅଧିକ ବୋଲ୍‌ବମ୍‌ ଶ୍ରଦ୍ଧାଳୁ।

gandhamardhana

Photograph: (Tripadvisor)

ବରଗଡ଼/ବଲାଙ୍ଗୀର: ବରଗଡ଼ ଜିଲ୍ଲାର ନୃସିଂହନାଥରୁ ବଲାଙ୍ଗୀରର ହରିଶଙ୍କର ପର୍ଯ୍ୟନ୍ତ ବ୍ୟାପିଥିବା ଗନ୍ଧମାର୍ଦ୍ଦନ ପର୍ବତମାଳାର ଏକ ପାହାଡ଼ ଶିଖରରେ ଫସି ରହିଛନ୍ତି ଛତିଶଗଡ଼ର ୧୦ରୁ ଅଧିକ ବୋଲ୍‌ବମ୍‌ ଶ୍ରଦ୍ଧାଳୁ। ପର୍ବତ ଉପରେ ଘଞ୍ଚ ଜଙ୍ଗଲ ମଧ୍ୟରେ ରାତି ଅନ୍ଧାର ସାଙ୍ଗକୁ ପ୍ରବଳ ବର୍ଷା ଓ ଘଡ଼ଘଡ଼ିରେ ସେମାନେ ବାଟବଣା ହୋଇ ଯାଇଛନ୍ତି। ମୋବାଇଲ ଲୋକେସନ୍‌ ଟ୍ରାକ୍‌ରୁ ସେମାନେ ଗନ୍ଧମାର୍ଦ୍ଦନ ପର୍ବତ ମାଳାର ହିଲ୍‌ଟପ୍‌ରେ ଥିବା ଜଣାପଡ଼ିଛି। ଏ ସଂପର୍କରେ ପଦ୍ମପୁର ଏସ୍‌ଡିପିଓ ପାଣ୍ଡବ ଶବର କହିଛନ୍ତି, ଜଙ୍ଗଲରେ ବାଟବଣା ହୋଇଥିବା ନେଇ ଟୋଲ୍‌ ଫ୍ରି ନମ୍ବରକୁ ଛତିଶଗଡ଼ର ଜଣେ ଶ୍ରଦ୍ଧାଳୁ ଫୋନ୍‌ କରି ଜଣାଇଥିଲେ। ବର୍ଷା ଓ ଅନ୍ଧାର କାରଣରୁ ରାସ୍ତା ଭୁଲି ଅନ୍ୟ ଦିଗରେ ଚାଲିଯାଇଥିବା ସେ ସୂଚନା ଦେଇଛନ୍ତି। ନୃସିଂହନାଥ ମନ୍ଦିର ପ୍ରଶାସନର ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ କହିଛନ୍ତି, ଶ୍ରଦ୍ଧାଳୁମାନଙ୍କୁ ଉଦ୍ଧାର କରିବା ଲାଗି ପୁଲିସ ଟିମ, ଅଗ୍ନିଶମ ବାହିନୀ, ଜଙ୍ଗଲ ବିଭାଗ ଓ ମନ୍ଦିରର ସୁରକ୍ଷାକର୍ମୀ ପର୍ବତକୁ ଯାଇଛନ୍ତି। ପୁଲିସ ଲୋକେସନ୍‌ ଟ୍ରାକ୍‌ କରିବା ପରେ ମିଳିମିଶି ସବୁ 
ଟିମ୍‌ ଯାଇଛନ୍ତି। ସେମାନେ ପାହାଡ଼ ଶିଖରରେ ରହିଛନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନୃସିଂହନାଥରୁ ହରିଶଙ୍କରକୁ ଜଙ୍ଗଲ ମଧ୍ୟରେ ପାଦଚଲା ରାସ୍ତା ରହିଛି। ଘଞ୍ଚ ଜଙ୍ଗଲ ଭିତରେ ବହୁ ପାହାଡ଼ି ଝରଣା ଓ ୭ଟି ପାହାଡ଼ ଡେଇଁ ଏହି କଷ୍ଟପ୍ରଦ ଯାତ୍ରା କରିବାକୁ ହୁଏ। ତଥାପି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ବିପଜ୍ଜନକ ଯାତ୍ରା କରିଥାନ୍ତି। ଶ୍ରାବଣ ମାସ ହୋଇଥିବାରୁ ବହୁସଂଖ୍ୟାରେ ବୋଲ୍‌ବମ୍‌ ଭକ୍ତ ଜଙ୍ଗଲ ଭିତର ଦେଇ ଗୋଟିଏ ତୀର୍ଥସ୍ଥଳରୁ ଅନ୍ୟଟିକୁ ଯାଉଥିବାବେଳେ ୧୦ରୁ ଅଧିକ ବାଟ ହୁଡ଼ି ହିଲ୍‌ଟପ୍‌କୁ ଚାଲିଯାଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ସେଠାରୁ ସୁରକ୍ଷିତ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି ବୋଲି ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି। ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟ ସାମାନ୍ୟ ବିଳମ୍ବ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe