ସମ୍ବଲପୁରରେ ରାଲି ଉପରକୁ ପଥରମାଡ଼; ୨ ଥାନା ଅଧିକାରୀଙ୍କ ସମେତ ୧୦ ପୁଲିସ କର୍ମୀ ଆହତ, ୧୪୪ ଧାରା ଜାରି

ସମ୍ବଲପୁରରେ ରାଲି ଉପରକୁ ପଥରମାଡ଼; ୨ ଥାନା ଅଧିକାରୀଙ୍କ ସମେତ ୧୦ ପୁଲିସ କର୍ମୀ ଆହତ, ୧୪୪ ଧାରା ଜାରି

ସମ୍ବଲପୁର: ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ଧନୁପାଲି ଛକରୁ ବାଇକ ରାଲି ଯିବା ବେଳେ ପଥର ମାଡ଼ ହୋଇଛି। ଆଜି ସନ୍ଧ୍ୟା ସମୟରେ ରାଲିରେ ଥିବା ଲୋକ ଓ ପୁଲିସ ଉପରକୁ ପଥର ମାଡ଼ ହୋଇଛି। ରାଲି ପାଇଁ ମୁତୟନ ଥିବା ୨ ଜଣ ଥାନା ଅଧିକାରୀଙ୍କ ସମେତ ପ୍ରାୟ ୧୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଉତ୍ତେଜିତ ଲୋକେ ଦୋକାନ ଜାଳିବା ସହ କାର୍ ଏବଂ ବାଇକ ଭାଙ୍ଗି ଦେଇଛନ୍ତି। ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି।

ତେବେ ସମ୍ବଲପୁର ସହରର ଉତ୍ତେଜନା ପ୍ରବଣ ଅଞ୍ଚଳରେ ପ୍ରଶାସନ ତରଫରୁ ବୁଧବାର ସନ୍ଧ୍ୟା ୭ଟା ପରଠାରୁ ୧୪୪ ଧାରା ଜାରି ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ଲାଗୁ ରହିବ। ଏନେଇ ସମ୍ବଲପୁର ଉପଜିଲ୍ଲାପାଳ ପ୍ରବେଶ ଚନ୍ଦ୍ର ଦଣ୍ଡସେନା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ଶ୍ରୀ ଦଣ୍ଡସେନା କହିଛନ୍ତି ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ଟାଉନ୍‌, ଧନୁପାଲି, କ୍ଷେତରାଜପୁର, ଅଇଁଠାପାଲି, ବରେଇପାଲି, ସଦର ଥାନା ଅଞ୍ଚଳରେ ଉତ୍ତେଜନା ପ୍ରବଣ ରହିଛି। ତେଣୁ ଏହିସବୁ ଅଞ୍ଚଳରେ ଦୁଇରୁ ଅଧିକ ଲୋକ ଏକତ୍ର ହୋଇପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe