ଭଦ୍ରକ/ତିହିଡି: ଘର ଭିତରୁ ୧୦ ନାଗସାପ ଛୁଆ ଉଦ୍ଧାର। ପରିବାର ଲୋକେ ଭୟଭୀତ। ସପଧରାଳି ଆସିବା ପରେ ଉଦ୍ଧାର ହେଲେ ସବୁ ସାପଛୁଆ। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବିଭୂତିପୁର ଗ୍ରାମର ଏହା ହେଉଛି ଘଟଣା।
ସୂଚନା ଅନୁସାରେ ବିଭୂତିପୁର ଗ୍ରାମର ନିତ୍ୟାନନ୍ଦ ରାଉତ ତାଙ୍କ ଘରେ ନାଗସାପ ଥିବା ଜାଣିବାକୁ ପାଇଥିଲେ। ଏହା ପରେ ସେ ସାପଧରାଳିଙ୍କୁ ଖବର ଦେଇଥିଲେ। ସାପଧରାଳି ଆସି ୧୦ଟିରୁ ଅଧିକ ନାଗ ସାପଛୁଆ ଉଦ୍ଧାର କରିଥିଲେ। ଘର ଭିତରୁ ନାଗ ସାପଛୁଆ ଉଦ୍ଧାର ହେବା ପରେ ପରିବାର ଲୋକ ଆତଙ୍କିତ ହୋଇପଡ଼ିଛନ୍ତି। ଉଦ୍ଧାର ସାପଗୁଡ଼ିକୁ ବନ ବିଭାଗର ସହଯୋଗରେ ଜଙ୍ଗଲରେ ଛଡ଼ାଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲାରେ ପୂର୍ବରୁ ମଧ୍ୟ ଏକକାଳୀନ ବହୁତଗୁଡ଼ିଏ ସାପଛୁଆ ଉଦ୍ଧାର ହୋଇଛି। ସେହିପରି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ୍ ମଙ୍ଗରାଜପୁର ଗ୍ରାମର ଓ୍ଵାର୍ଡସଭ୍ୟ ସିନ୍ଧୁ ରାଉତଙ୍କ ଚାଳଘରୁ ୨୦୧୮ ମସିହାରେ ୮ଟି ନାଗସାପ ଉଦ୍ଧାର କରାଯାଇଥିଲା। ଘର ଭିତରେ ଥିବା ଏକ ଗାତ ଭିତରୁ ଏହି ସାପଗୁଡ଼ିକ ଉଦ୍ଧାର କରାଯାଇଥିଲା।
Follow Us