୧୦ ଚୋରା ବାଇକ୍ ଜବତ

୧୦ ଚୋରା ବାଇକ୍ ଜବତ

ଭଦ୍ରକ: ଭଦ୍ରକରେ ବାଇକ ଲୁଟ୍‌ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଆଜି ଗ୍ରାମଞ୍ଚକ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୦ଟି ଚୋରି ବାଇକ ଜବତ କରିବା ସହିତ ୨ ଲୁଟେରାଙ୍କୁ ଗିରଫ କରାଯାଇଛି।

ଗତ  ଜୁନ ୨୨ ତାରିଖ ଦିନ ଭଦ୍ରକ ଗ୍ରାମାଞ୍ଚଳ ଥାନା ସାମରାଇପୁର କଲ୍ୟାଣନଗର ଅଞ୍ଚଳର ଅଜୟ ମଲ୍ଲିକଙ୍କ ବାଇକ ଚୋରି ନେଇ ଥାନାରେ ଏତଲା ଦେଇଥିଲେ। ଏହି ଏତଲାକୁ ଭିତ୍ତିକରି ଗ୍ରାମାଞ୍ଚଳ ପୁଲିସ ବିଭିନ୍ନ ସ୍ଥାନରେ ଅନୁସନ୍ଧାନ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଭଦ୍ରକ ରେଲୱେ କଲୋନିରେ ରହିଥିବା  ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା କୁରୁଡ଼ିଆ ଗ୍ରାମର ରଞ୍ଜନ ପାତ୍ର(୨୬) ଏବଂ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର  ଅଞ୍ଚଳର ବିଜୟ ଜେନାଙ୍କୁ ଗିରଫ କରିଥିଲେ। ସେମାନଙ୍କ ତଥ୍ୟକୁ ଆଧାର କରି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ମୋଟ ୧୦ଟି ଚୋରି ମୋଟରସାଇକେଲ ଜବତ କରିଛି । ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe