ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ଜେଲ୍

ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ଜେଲ୍

53956782 - prisoner in jail

ଝାରସୁଗୁଡ଼ା: ୨୦୧୯ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଭିଡିଓ ଉତ୍ତୋଳନ କରି ବ୍ଲାକମେଲ୍ କରିବା ମାମଲାରେ ଆଜି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ବତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ରାୟ ଶୁଣାଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଥିବା ଝାରସୁଗୁଡ଼ାର ବିଶାଳ ସୋମ(୨୪)କୁ କୋର୍ଟ ଦୋଷୀ ସାବ୍ୟସ୍ଥ କରିବା ସହ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୩୦ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଦୋଷୀକୁ ଅତିରିକ୍ତ ୧ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ପୀଡ଼ିତା(୧୬)ଙ୍କ ନିଜ ଘର ସୁନ୍ଦରଗଡ଼ ଜିଲ୍ଲାରେ ହୋଇଥିବା ବେଳେ ୨୦୧୯ରେ ସେ ଝାରସୁଗୁଡ଼ାସ୍ଥିତ ମାମୁଘରକୁ ଆସିଥିଲେ। ଏହି ସମୟରେ ସେ ବିଶାଳ ସହ ପରିଚିତ ହୋଇଥିଲେ ଓ ସେମାନଙ୍କର ସମ୍ପର୍କ ଗଢ଼ି ଉଠିଥିଲା। ସେହିବର୍ଷ ମାର୍ଚ୍ଚ ମାସରେ ପୀଡ଼ିତାଙ୍କ ଘରେ କେହି ନଥିବା ବେଳେ ବିଶାଳ ସେଠାରେ ପହଞ୍ଚି ତାଙ୍କ ସହ ଦୁଷ୍କର୍ମ କରିଥିଲା। ଘଟଣା ସମୟର କିଛି ଫଟୋ ଓ ଭିଡିଓ ମଧ୍ୟ ଉତ୍ତୋଳନ କରି ସେ ବ୍ଲାକମେଲ୍ କରୁଥିଲା। ନିର୍ଯାତନା ଅସହ୍ୟ ହେବାରେ ପୀଡ଼ିତା ଘଟଣା ସମ୍ପର୍କରେ ତାଙ୍କ ମା’ଙ୍କୁ ଜଣାଇଥିଲେ। ଅଭିଯୋଗ ଆଧାରରେ ୨୦୧୯ ଜୁଲାଇ ୭ ତାରିଖରେ ଏନେଇ ଝାରସୁଗୁଡ଼ା ପୁଲିସ୍ ଏକ ମାମଲା ରୁଜୁ କରି ବିଶାଳକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe