ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍‌, ୨୬ ହଜାର ଜରିମାନା ନିର୍ଦ୍ଦେଶ

ଯୌତୁକଜନିତ ନିର୍ଯାତନାରୁ ମୃତ୍ୟୁ: ସ୍ବାମୀଙ୍କ ସହ ଶ୍ବଶୁର-ଶାଶୂଙ୍କୁ ୧୦ ବର୍ଷ ଲେଖାଏ ଜେଲ୍

Photo: Representation

ଅନୁଗୁଳ: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅନୁଗୁଳର ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ବତନ୍ତ୍ର ପକ୍‌ସୋ ଅଦାଲତ। ତାଳଚେର କୋଲିୟାରୀ ଥାନା ସେଣ୍ଟ୍ରାଲ କଲୋନିର ସୁଶୀଲ ନାଏକ(୨୬)କୁ ଅଦାଲତ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୬ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଅତିରିକ୍ତ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ।

କୋର୍ଟ ବିବରଣୀ ଅନୁସାରେ, ୨୦୧୮ ନଭେମ୍ବର ୧୧ ତାରିଖରେ କୋଲିୟାରୀ ଥାନା ଅଞ୍ଚଳରେ ନାବାଳିକା(୧୭ବର୍ଷ) ଜଣଙ୍କ ଘରେ ଏକୁଟିଆ ଥିଲାବେଳେ ସୁଶୀଲ ତାଙ୍କ ଘରେ ପଶିଥିଲା। ପରେ ନାବାଳିକାଙ୍କୁ ଧମକଚମକ ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲା। ଏକଥା କାହା ଆଗ‌ରେ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ନାବାଳିକାଙ୍କ ଭଉଣୀ ଘରକୁ ଫେରିବା ପରେ ପୀଡ଼ିତାଙ୍କ ହାବଭାବ ଦେଖି ସନ୍ଦେହ କରିଥିଲେ। ଏଥିନେଇ ପୀଡ଼ିତାଙ୍କୁ ପଚାରିବାରୁ ସେ କିଛି କହି ନ ଥିଲେ। ତେବେ ଭଉଣୀ ବାରମ୍ବାର ପଚାରିବାରୁ ଦୁଷ୍କର୍ମ ସଂପର୍କରେ କହିଥିଲେ।

ଏଥିନେଇ ୨୦୧୮ ନ‌ଭେମ୍ବର ୨୩ରେ ନାବାଳିକା କୋଲିୟାରୀ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୁଲିସ ୩୩୫/୧୮ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାର ବିଚାରଣା ଅନୁଗୁଳର ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ବତନ୍ତ୍ର ପକ୍‌ସୋ ଅଦାଲତ ଅଗସ୍ତି କୁମାର ସାହୁ କରୁଥିଲେ। ମାମଲାରେ ୧୫ ଜଣଙ୍କ ସାକ୍ଷୀ ଓ ଅନ୍ୟାନ୍ୟ ଦଲିଲକୁ ଭିତ୍ତି କରି ଅଦାଲତ ସୁଶୀଲକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍‌ ଦଣ୍ଡ ଦେଇଛନ୍ତି। ଅପରପକ୍ଷରେ ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କା ଅନୁକଂପା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ସରୋଜ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe