ନାବାଳିକା ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲଦଣ୍ଡ, ଦଶ ହଜାର ଜରିମାନା

Advertisment
ଯୌତୁକଜନିତ ନିର୍ଯାତନାରୁ ମୃତ୍ୟୁ: ସ୍ବାମୀଙ୍କ ସହ ଶ୍ବଶୁର-ଶାଶୂଙ୍କୁ ୧୦ ବର୍ଷ ଲେଖାଏ ଜେଲ୍

Photo: Representation

ଭଦ୍ରକ: ଜଣେ ନାବାଳିକାକୁ ଯୌନ ନିର୍ଯାତନା ସହ ଦୁଷ୍କର୍ମ ମାମଲାର ବିଚାର କରି ଭଦ୍ରକର ସ୍ଵତନ୍ତ୍ର ପୋକସୋ କୋର୍ଟର ନ୍ୟାୟାଧୀଶ ମିନତୀ ପଣ୍ଡା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ଗ୍ରାମର ପ୍ରଣବ କୁମାର ନାୟକ ଓରଫ ବାପୁନୁ (୨୮ ବର୍ଷ)କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ପୁନଶ୍ଚ ୬ ମାସ ଜେଲ ଦଣ୍ଡ ଭୋଗିବା ପାଇଁ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗଣିଜାଙ୍ଗ ନିକଟସ୍ଥ ବେଲଦା ଗ୍ରାମର ଜଣେ ମହିଳା ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ଗତ ୨୦୧୮ ମସିହା ଜାନୁଆରି ୨୩ ତାରିଖ ମଧ୍ୟ ରାତ୍ରରେ ତାଙ୍କର ଦିଅରଙ୍କୁ ଟ୍ରେନ୍‌ରେ ଚଢାଇବା ପାଇଁ ଷ୍ଟେସନ ଯାଇଥିଲେ। ସେମାନଙ୍କ ଅନୁପସ୍ଥିତିରେ ମହିଳା ଜଣକ ନାବାଳିକା କନ୍ୟା ସହ ଘରେ ଶୋଇଥିବା ବେଳେ ଅଭିଯୁକ୍ତ ପ୍ରଣବ କୁମାର ନାୟକ ବାଡ଼ ତାଟି ଭାଙ୍ଗି ଘର ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିଲା। ଏହା ଜାଣି ପାରି ସେ ଟର୍ଚ୍ଚ ନେଇ ବାହାରକୁ ଆସିବାରୁ ଅଭିଯୁକ୍ତ ଢେଲା ପଥର ଫୋପାଡ଼ି ଥିଲା। ସେ ଏଥିରେ ପ୍ରତିବାଦ କରିବାରୁ ତାଙ୍କ ସହ ଅଭିଯୁକ୍ତ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ଚେଷ୍ଟା କରିଥିଲା। ସେ ଏଥିରେ ବାଧା ଦେବାରୁ ଅଭିଯୁକ୍ତ ତାଙ୍କୁ ଟଣା ଓଟରା କରି ଅର୍ଦ୍ଧ ଉଲଗ୍ନ କରି ଦେଇଥିଲା। ସେ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇ ଯାଇ ତାଙ୍କ ପଡୋଶୀଙ୍କୁ କହିବାରୁ ସେ ଫୋନ କରି ସେହି ଗ୍ରାମର ଲୋକଙ୍କୁ କହିଥିଲେ। ପରେ ଗାଁର କିଛି ଲୋକ ଘଟଣାସ୍ଥଳକୁ ପହଞ୍ଚି ଥିଲେ।

ତେବେ ଏହାରି ମଧ୍ୟରେ ସ୍ବାମୀ-ସ୍ତ୍ରୀ ଘଟଣା ସ୍ଥଳକୁ ଆସିବା ବେଳକୁ ଅଭିଯୁକ୍ତ ବାପୁନୁ ଅଭିଯୋଗକାରୀଙ୍କ ଘରେ ନିଦରେ ଶୋଇଥିବା ତାଙ୍କ ୯ ବର୍ଷର ନାବାଳିକା କନ୍ୟାକୁ ବଳପୂର୍ବକ ବିଛଣାରୁ ଉଠାଇ ନେଇ ନିକଟସ୍ଥ ବିଲରେ ଥିବା ଲିମ୍ବ ଗଛ ମୂଳରେ ଦୁଷ୍କର୍ମ କରିଥିଲା। ଉପରୋକ୍ତ ବ୍ୟକ୍ତିମାନେ ସେଠାରେ ପହଞ୍ଚିବା ବେଳକୁ ଘଟଣାସ୍ଥଳରୁ ଅଭିଯୁକ୍ତ ଅନ୍ଧାରରେ କେଉଁ ଆଡେ ଦୌଡ଼ି ପଳାଇଥିଲା ଓ ପୀଡ଼ିତା କାନ୍ଦିକାନ୍ଦି ସେଠାରେ ଆସି ପହଞ୍ଚି ସମସ୍ତ କଥା କହିଥିଲା। ତା ପରଦିନ ଅଭିଯୋଗ କାରିଣୀ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା କେସ ନଂ -୪୨ /୧୮ ଦଫା – ୩୭୬,୩୫୪,୫୦୬ ଓ ପୋକସୋ ଆଇନର ୬ ତଥା ହରିଜନ ଆଦିବାସୀ ନିର୍ଯାତନା ନିରୋଧ ଆଇନର ଦଫା ୩ ମୁତାବକ ଏକ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe