ପୁରୀ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜରେ ୧୦୦ ଶଯ୍ୟାର କୋଭିଡ଼ କେୟାର ସେଣ୍ଟର କାର୍ଯ୍ୟକ୍ଷମ

Advertisment

‘କରୋନା’ ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି

‘କରୋନା’ ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି

ପୁରୀ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜରେ ୧୦୦ ଶଯ୍ୟାର କୋଭିଡ଼ କେୟାର ସେଣ୍ଟର କାର୍ଯ୍ୟକ୍ଷମ

ପୁରୀ: ‘କରୋନା’ ମହାମାରୀର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି।  ୧୦୦ ଶଯ୍ୟାବିଶିଷ୍ଟ ଡାକ୍ତରଖାନାର ଶୁଭାରମ୍ଭ କରାଯିବା ସହ ୧୦୦ ଶଯ୍ୟାବିଶିଷ୍ଟ କୋଭିଡ଼ କେୟାର ସେଣ୍ଟର କାର୍ଯ୍ୟକ୍ଷମ କରାଯାଇଛି। ଏଠାରେ ୪୫ଜଣ ଡାକ୍ତରଙ୍କୁ ମୁତୟନ କରାଯାଇଛି। ସେହିଭଳି ୩୦୦ରୁ ଅଧିକ ପାରା ମେଡିକାଲ୍ ଷ୍ଟାଫ, ରେଡିଓଲୋଜିଷ୍ଟ, ଫାର୍ମାସିଷ୍ଟ, ନନ୍ ଟେକ୍ନିକାଲ୍ ଷ୍ଟାଫଙ୍କୁ ମୁତୟନ କରାଯାଇଛି। ଏଥିପାଇଁ ଆବଶ୍ୟକ ଡାକ୍ତରୀ ଉପକରଣର ବ୍ୟବସ୍ଥା କରାଯାଇଛି। ରୋଗୀଙ୍କ ପାଇଁ ଅକ୍ସିଜେନ୍, ନିବୁଲାଇଜର ଆଦିର ସୁବିଧା କରାଯାଇଛି। ଏଡିଏମ ରାଙ୍କର ଦୁଇ ଅଧିକାରୀଙ୍କୁ ଡାକ୍ତରଖାନା ତତ୍ତ୍ବାବଧାନ ଦାୟିତ୍ବ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଦୁଇ ପ୍ରଶାସନିକ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟ ପରିଚାଳିତ ହେବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି।

ଏ ସଂପର୍କରେ ଅଧିକ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସିଂ କହିଛନ୍ତି, ୧୦୦ ଶଯ୍ୟାବିଶିଷ୍ଟ ଡାକ୍ତରଖାନାର ଶୁଭାରମ୍ଭ କରାଯାଇଥିବାବେଳେ ଏଥିରୁ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ୬୦ଟି ଶଯ୍ୟା ଓ ଆଇଡିଏଚରେ ୪୦ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି। ଏଠାରେ ରୋଗୀମାନେ ଚିକିତ୍ସା ସୁବିଧା ପାଇପାରିବେ। ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜରେ ୧୦୦ ଶଯ୍ୟାବିଶିଷ୍ଟ କୋଭିଡ଼ କେୟାର ସେଣ୍ଟର ଖୋଲା ଯାଇଥିବାବେଳେ ଏଠାରେ ‘କରୋନା’ ସନ୍ଦିଗ୍ଧଙ୍କୁ ଡାକ୍ତରୀ ପରୀକ୍ଷା ଓ ପ୍ରାଥମିକ ଚିକିତ୍ସା ସେବାର ସୁବିଧା ଯୋଗାଇ ଦିଆଯିବ। ଡାକ୍ତରୀ ପରୀକ୍ଷା ପରେ ଯେଉଁମାନେ ସ୍ବଳ୍ପ ତଥା ମଧ୍ୟମ ଧରଣର ରୋଗାକ୍ରାନ୍ତ ଥିବେ ସେମାନଙ୍କୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ଆଇଡିଏଚକୁ ପଠାଯିବ। ସେଠାରେ ଡାକ୍ତରୀ ଚିକିତ୍ସା ସେବା ଯୋଗାଇ ଦିଆଯିବ। ସଂକ୍ରମଣର ମାତ୍ରା ଦେଖି ରୋଗୀଙ୍କ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଅନ୍ୟପଟେ ଆଜି ଜିଲ୍ଲାପାଳଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନୀଳକଣ୍ଠ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ପ୍ରମୁଖ ୧୦୦ ଶଯ୍ୟାବିଶିଷ୍ଟ ଉପରୋକ୍ତ ଦୁଇ ଡାକ୍ତରଖାନା ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦାୟିତ୍ବନ୍ୟସ୍ତ ଡାକ୍ତର, ମେଡିକାଲ୍ ଷ୍ଟାଫ୍ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଡାକ୍ତରଖାନା ପ୍ରସ୍ତୁତିର ବି ସମୀକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe