Wikipedia
କଟକ : ବିଶ୍ବପ୍ରସିଦ୍ଧ ଶିଳ୍ପୀଗ୍ରାମ ରଘୁରାଜପୁରରେ ବିକାଶ ପାଇଁ କେନ୍ଦ୍ର ସରକାର ମଞ୍ଜୁର କରିଥିବା ୧୦ କୋଟି ଟଙ୍କା ଠିକ୍ ଭାବେ ଖର୍ଚ୍ଚ କରାଯାଇନାହିଁ। ଏହି ଅର୍ଥ ବାଟମାରଣା ହୋଇଛି ଏବଂ ରଘୁରାଜପୁର ଗ୍ରାମର କିଛି ଆଖି ଦୃଶିଆ ଉନ୍ନତୀକରଣ କରାଯାଇ ନାହିଁ। ଏହି ୧୦ କୋଟି ଟଙ୍କା ଆତ୍ମସାତ ଅଭିଯୋଗର ସିବିଆଇ ତଦନ୍ତ ପ୍ରସଂଗ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି।
/sambad/media/post_attachments/wp-content/uploads/2020/04/raghurajpur-photo-f-300x199.jpg)
ରଘୁରାଜପୁରର ଶିଳ୍ପୀ ଅକ୍ଷୟ କୁମାର ବାରିକିଙ୍କ ତରିଫରୁ ଦାୟର ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ ୨୦୧୫ରେ ନବକଳେବର ପାଇଁ ପୁରୀର ସର୍ବାଙ୍ଗୀନ ଉନ୍ନତି କରାଯାଉଥିଲା। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ୧୦ କୋଟି ଟଙ୍କା ରଘୁରାଜପୁର ଗ୍ରାମର ଉନ୍ନତୀକରଣ ପାଇଁ ମଞ୍ଜୁର କରିଥିଲେ। କିନ୍ତୁ ଯୋଜନା ଅନୁସାରେ ରଘୁରାଜପୁର ଗ୍ରାମର କିଛି ସେମିତି ଉନ୍ନତି ହୋଇନାହିଁ। ଏହି ଅର୍ଥ କେଉଁ ବାବଦରେ ଖର୍ଚ୍ଚ କରାଯାଇଛି, ତାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଘଟଣାର ସିବିଆଇ ତଦନ୍ତ ହେଲେ ସତ ସାମନାକୁ ଆସିବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥିସହିତ, ତୁରନ୍ତ ରଘୁରାଜପୁରର ରାସ୍ତାଘାଟ, ଷ୍ଟ୍ରିଟ ଲାଇଟ, ଶୌଚାଳୟ, ସର୍ବସାଧାରଣ କେନ୍ଦ୍ର, ଦୁର୍ବଳ ହୋଇ ପଡିଥିବା ଘରଗୁଡିକର ଉନ୍ନତୀକରଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ସିବିଆଇ, ପୁରୀ ଜିଲ୍ଲାପାଳ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।
Follow Us