ଚିଙ୍ଗୁଡ଼ି ପ୍ରସେସିଂ ପ୍ଲାଣ୍ଟରେ ଶତାଧିକ ଶ୍ରମିକ ଅସୁସ୍ଥ

Advertisment
ଚିଙ୍ଗୁଡ଼ି ପ୍ରସେସିଂ ପ୍ଲାଣ୍ଟରେ ଶତାଧିକ ଶ୍ରମିକ ଅସୁସ୍ଥ

ବାଲେଶ୍ବର/ବାହାନଗା : ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ନିକଟସ୍ଥ ଏକ ଚିଙ୍ଗୁଡ଼ି ପ୍ରସେସିଂ ପ୍ଲାଣ୍ଟରେ ବ୍ଲିଚିଂ କିମ୍ବା କ୍ଲୋରିନ୍‌ ଗନ୍ଧରେ ୧୧୦ରୁ ଅଧିକ ଶ୍ରମିକ ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

publive-image

ମିଳିଥିବା ସୂଚନା ଅନୁସାରେ, ବୁଧବାର ସଂଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ ଏହି ଘଟଣା ଘଟିଥିଲା। ୨ଶହରୁ ଊର୍ଦ୍ଧ୍ବ ଶ୍ରମିକ କାମ କରୁଥିବାବେଳେ ହଠାତ୍‌ ପ୍ଲାଣ୍ଟ ଭିତରେ ବ୍ଲିଚିଂର ଗନ୍ଧରେ ଶତାଧିକ ଶ୍ରମିକ ଅସୁସ୍ଥ ହୋଇପଡ଼ିଥିବା ‌ଦେଖିବାକୁ ମିଳିଥିଲା। ପ୍ଲାଣ୍ଟ୍‌ର ସୁରକ୍ଷା କର୍ମୀମାନେ ସଙ୍ଗେସଙ୍ଗେ ସେମାନଙ୍କୁ ଉଦ୍ଧାର କରି ବସ୍‌ ଯୋଗେ ପ୍ରଥମେ ଖନ୍ତାପଡ଼ା ପ୍ରାଥମିକ ଚିକିତ୍ସାଳୟ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଖବର ପାଇ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଖନ୍ତାପଡା ଡାକ୍ତରଖାନା ପରିଦର୍ଶନ କରିଥିଲେ। ପୁଲିସ୍‌ ଆଇଜି ଦୀପ୍ତେଶ ପଟ୍ଟନାୟକ,ଏସ୍‌ପି ବି. ଯୁଗଳକିଶୋର ମଧ୍ୟ ଘଟଣାସ୍ଥଳ ପରିଦର୍ଶନ ସହିତ ଚିକିତ୍ସାଳରେ ଅସୁସ୍ଥଙ୍କ ଅବସ୍ଥା ବୁଝିଥିଲେ । ସେହିଭଳି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ ଓ ସିଡିଏମ୍‌ଓ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ ଉପସ୍ଥିତ ରହି ଅସୁସ୍ଥ ଶ୍ରମିକଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ। ଖବର ‌ଲେଖା ହେବା ବେଳକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୧୧୦ଜଣ ଶ୍ରମିକ ଭର୍ତ୍ତି ହୋଇଛନ୍ତି।

ଅନ୍ୟପକ୍ଷରେ, ଏହି ଘଟଣା ପରେ ସ୍ଥାନୀୟ ଖନ୍ତାପଡ଼ା ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପ୍ଲାଣ୍ଟର ୩ ଜଣ କର୍ମଚାରୀଙ୍କୁ ଅଟକ ରଖାଯାଇଛି। ତଦନ୍ତରେ ସହାୟତା କରିବା ପାଇଁ ଭୁବନେଶ୍ବରର ଏକ ସ୍ବତନ୍ତ୍ର ଫୋରେନ୍ସିକ୍‌ ଟିମ୍‌ ବାଲେଶ୍ବର ଯାଇଥିବା ପୁଲିସ୍‌ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ଏହା ଆମୋନିଆ ଗ୍ୟାସ୍‌ ଲିକ୍‌ଜନିତ ବୋଲି ଆଲୋଚନା ହୋଇଥିଲେ ହେଁ ପ୍ରକୃତରେ କିଛି କର୍ମଚାରୀ ଅଧିକ ବ୍ଲିଚିଂ ପାଉଡର୍‌ ପ୍ରୟୋଗ କରିଥିବା ଯୋଗୁ କ୍ଲୋରିନ୍‌ ଗନ୍ଧରେ ଏହା ହୋଇଛି ବୋଲି ପ୍ଲାଣ୍ଟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe