ଭିତରକରମରୀରେ ୭ ଦିନରେ ଶହେରୁ ଅଧିକ ଛେଳି ମୃତ

Advertisment
ଭିତରକରମରୀରେ ୭ ଦିନରେ ଶହେରୁ ଅଧିକ ଛେଳି ମୃତ

iStock

ଝରିଗାଁ:ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଂଚାୟତ ଅନ୍ତର୍ଗତ ଭିତରକରମରୀ ଗ୍ରାମରେ ପ୍ରାୟ ୧୦ରୁ ଊର୍ଦ୍ଧ୍ବ ଚାଷୀଙ୍କ ଶହେରୁ ଊର୍ଦ୍ଧ୍ବ ଛେଳି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭିତରକରମରୀ ଗ୍ରାମରେ ପ୍ରାୟ ଲୋକ ଛେଳି ଚାଷ କରି ପରିବାର ପୋଷଣ କରିଥାନ୍ତି। ତେବେ ଗତ ସାତ ଦିନ ମଧ୍ୟରେ ଏଭଳି ଛେଳି ମରିବା ଗ୍ରାମବାସୀଙ୍କୁ ଚିନ୍ତିତ କରିଛି। ଉକ୍ତ ଗ୍ରାମର ଚାଷୀ ଲଖିନାଥ ମାଝୀ,ଚଇତନ ମାଝୀ, ମାଙ୍ଗନି ମାଝୀ, ଜବହାର ମାଝୀ, ଦୁଃଶାସନ ଗୋପାଳ, ଯଦୁ ନାୟକ, ଚରଣସିଙ୍ଗ ମାଝୀ, ନିଳାମ୍ବର ମାଝୀ ପ୍ରମୁଖ ଚାଷୀଙ୍କ ଶହେରୁ ଅଧିକ ଛେଳି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଛେଳିଗୁଡିକର ନାକରୁ ଶିଙ୍ଗାଣି ବାହାରିବା ସହ ଝାଡ଼ା ହୋଇ ମୃତ୍ୟୁ ହେଉଥିବା ସେମାନେ କହିଛନ୍ତି। ସେହିପରି ଛେଳିମାନଙ୍କୁ ପ୍ରାଣୀ ବିଭାଗ ପକ୍ଷରୁ ଟିକାକରଣ ହୋଇନଥିବା ସୂଚନା ମିଳିଛି। ତେବେ ଘଟଣା ନେଇ ଝରିଗାଁ ପ୍ରାଣୀ ଚିକିତ୍ସକ ସାରଦା ନାୟକଙ୍କ ସହ ଯୋଗାଯୋଗ କରିବାରୁ ବୁଧବାର ଜଣେ ବ୍ୟକ୍ତି ଛେଳିମାନଙ୍କୁ ଟିକାକରଣ କରିବା ପାଇଁ କହିଥିଲେ ତେବେ  ଛେଳି ମୃତ୍ୟୁ ହେବା ଖବର ଆମ ପାଖରେ ନଥିଲା। ବର୍ତ୍ତମାନ ଭିତରକରମରୀ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଅସୁସ୍ଥ ଛେଳିଙ୍କ ଚିକିତ୍ସା କରାଯିବ ବୋଲି କହିଥିଲେ। ଅନ୍ୟପକ୍ଷେ ପ୍ରାଣୀ ବିଭାଗର ଅବହେଳା ଯୋଗୁଁ ଛେଳି ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଭିତରକରମରୀ ଗ୍ରାମରେ ଶହେରୁ ଅଧିକ ଛେଳିର ମୃତ୍ୟୁ ପରେ ମଧ୍ୟ ଝରିଗାଁ ପ୍ରାଣୀ ବିଭାଗ ପାଖରେ ଖବର କିପରି ନାହିଁ ବୋଲି ସାଧାରଣରେ ପ୍ରଶ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe