ସାଉଦିଆରବରୁ ଭାରତକୁ ଆସିବ ୧୦୦ ଆଇଏସ୍‌ଓ କଣ୍ଟେନର: ଧର୍ମେନ୍ଦ୍ର

Advertisment
ପିଏସ୍‌ୟୁ ଦେବେ ୧୦ ଲକ୍ଷ ମାଗଣା ଟିକା, କର୍ପୋରେଟ୍ ଭ୍ୟାକସିନ୍ ଟ୍ୟାସ୍କ ଫୋର୍ସ ଗଠନ ହେବ : ଧର୍ମେନ୍ଦ୍ର

image source-dna india

ଭୁବନେଶ୍ୱର : ଭାରତକୁ ସାଉଦି ଆରବ ୬୦ ଟନ୍ ଲିକୁଇଡ୍ ମେଡିକାଲ ଅକ୍ସିଜେନ ସହ ୩ଟି ଆଇଏସ୍‌ଓ କଣ୍ଟେନର୍‌ ପଠାଇଥିବା ବେଳେ ଆଗାମୀ ଦିନରେ ଅଧିକ ୧୦୦ଟି ଆଇଏସ୍‌ଓ କଣ୍ଟେନର୍‌ ପଠାଇବାର ବ୍ୟବସ୍ଥା କରିଛି। ଏଥି ପାଇଁ ସାଉଦି ଆରବର ଉର୍ଜା ମନ୍ତ୍ରୀ ପ୍ରିନ୍ସ ଅବଦୁଲାଜିଜଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ କରୋନା ବିରୋଧୀ ମୁକାବିଲାରେ ଭାରତକୁ ସହଯୋଗ କରିବା ପାଇଁ ସାଉଦି ଆରବରୁ ୬୦ ଟନ୍ ଲିକୁଇଡ୍ ମେଡିକାଲ ଅକ୍ସିଜେନ ଓ ୩ଟି ଆଇଏସ୍‌ଓ କଣ୍ଟେନର୍‌ ଆସୁଅଛି। ଏହି କଣ୍ଟେନର୍‌ ଜୁନ ୬ ରେ ମୁମ୍ବାଇରେ ପହଞ୍ଚିବ। ଏହା ସହ ଆଗାମୀ ଦିନରେ ଅତିରିକ୍ତ ୧୦୦ଟି ଆଇଏସ୍‌ଓ କଣ୍ଟେନର୍‌ ସାଉଦି ଆରବରୁ ଆସିବ। ସାଉଦି ଆରବର ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସାଉଦି ଆରବର ନେତୃତ୍ୱ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କର ପ୍ରତିଫଳନ । ଏହି ୩ କଣ୍ଟେନର୍‌ ଏବଂ ଆଗାମୀ ଦିନରେ ଆସିବାକୁ ଥିବା କଣ୍ଟେନର୍‌ଗୁଡ଼ିକ ୬ ମାସ ପର୍ଯ୍ୟନ୍ତ ଇଣ୍ଡିଆନ ଅଏଲ୍‌ ପାଖରେ ରହିବ। ସାଉଦି ଆରବର କମ୍ପାନି ଲିନ୍ଦେ ଦାମନମ୍‌ ଠାରୁ ଇଣ୍ଡିଆନ ଅଏଲ୍‌ ଲିକୁଇଡ୍ ମେଡିକାଲ ଅକ୍ସିଜେନ୍ ଦେଶ ପାଇଁ ଆମଦାନୀ କରିବ। ସୂଚନାଯୋଗ୍ୟ, ଚଳିତ ମାସରେ ଶ୍ରୀ ପ୍ରଧାନ ଭାରତକୁ କୋଭିଡ୍ ବିରୋଧୀ ଲଢ଼େଇରେ ନିରନ୍ତର ସହଯୋଗ କରିବା ଉପରେ ପ୍ରିନ୍ସ ଅବୁଦୁଲାଜିଜ୍ ସହ ଆଲୋଚନା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe