୧୦୦ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ଗଞ୍ଜେଇ ଚାଲାଣ ବେଳେ ଚଢାଉ କରି ୧୦୦ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣ ଆସାମୀକୁ ଗିରଫ କରିଛି। ରବିବାର ୩ ଆସାମୀକୁ କୋର୍ଟ ଚାଲାଣ କରିଥିବା ପୁଲିସ କହିଛି...

100 kg ganja seized, 3 arrested

100 kg ganja seized, 3 arrested

ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ଗଞ୍ଜେଇ ଚାଲାଣ ବେଳେ ଚଢାଉ କରି ୧୦୦ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣ ଆସାମୀକୁ ଗିରଫ କରିଛି।

ବିଶେଷ ସୂତ୍ରର ମାଲକାନଗିରି ଆଇଆଇସି ରାଗାନ କିଣ୍ଡୋ ଖବର ପାଇବା ପରେ ଚମ୍ପାଖାରୀ ନିକଟରେ ଏସଆଇ ସର୍ବେଶ୍ବର ବେହେରାଙ୍କ ନେତୃତ୍ବରେ କନେଷ୍ଟବଲ ଲକ୍ଷ୍ମଣ ମାରାଣ୍ଡି, ଚିରଞ୍ଜିବୀ ସ୍ବାଇଁ, ପି.ଅଡାରି ପ୍ରମୁଖ ପାଟ୍ରୋଲିଂ କରୁଥିଲେ। ମାଲକାନଗିରି ପଟରୁ ଏକ କାର କ୍ଷୀପ୍ର ଗତିରେ ଆସୁଥିବା ବେଳେ ପୁଲିସ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା। ଗାଡ଼ିର ନମ୍ବର ହେଲା ସିଜି-୦୪-ଏଚସି-୩୯୨୧। 


ପୁଲିସ ଗାଡି ଯାଞ୍ଚ୍ କରୁଥିବା ସମୟରେ ସେଥିରୁ ୪ ପକେଟ ଗଞ୍ଜେଇ ଜବତ କରାଯାଇଥିଲା। ଏହାର ଓଜନ ୧୦୦ କିଲୋଗ୍ରାମ ବୋଲି ପୁଲିସ କହିଛି। 

ଏଥିସହ ଗଞ୍ଜେଇ ଚାଲାଣ କରୁଥିବା ୩ ଜଣ ଆସାମୀ ଲାଲା ଯାଦବ(୧୯),ଲାଲଜୀ ରାଜଭର(୩୫) ଏବଂ ଗୋଲକ ବିଶ୍ବାସ(୩୩)କୁ ଗିରଫ କରାଯାଇଥିଲା। ସମସ୍ତ ଆସାମୀ ଛତିଶଗଡର ଦୁର୍ଗ ଅଞ୍ଚଳର ବୋଲି ଜଣାପଡିଛି। 

ଏମାନେ ମାଲକାନଗିରି ଜିଲ୍ଲାର ଏମଭି-୫୦ ଗ୍ରାମର ଗଞ୍ଜେଇକୁ ଦୁର୍ଗ ଅଞ୍ଚଳକୁ ଚାଲାଣ କରୁଥିଲେ। ଏମାନଙ୍କ ଠାରୁ ପୁଲିସ ୭ ହଜାର ଟଙ୍କା ନଗଦ,ମୋବାଇଲ ଫୋନ ଜବତ କରିଛି। ରବିବାର ୩  ଆସାମୀକୁ କୋର୍ଟ ଚାଲାଣ କରିଥିବା ପୁଲିସ କହିଛି। 

Malkangiri | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe