ନିଶ୍ଚିନ୍ତକୋଇଲି/ନେମାଳ: ବିଜେପିରୁୁ ଇସ୍ତଫା ଦେବା ପରେ ଆସନ୍ତାକାଲି କେନ୍ଦ୍ରାପଡାରେ ନିଜ ନିର୍ବାଚନ ମଣ୍ଡଳୀରେ ସମର୍ଥକଙ୍କ ସମାବେଶ ଆୟୋଜନ କରିବାକୁ ଯାଉଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର। ଏଭଳି ସ୍ଥିତିରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧିନରେ ଯାଉଥିବା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଓ କଟକ ସଦର ନିର୍ବାଚନ ମଣ୍ଡଳୀର ବିଜୟଙ୍କ ସମର୍ଥକ ଶତାଧିକ ବିଜେପି କର୍ମୀ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଆଜି ପୂର୍ବାହ୍ନରେ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ରଙ୍କୁ ସମର୍ଥନ ଜଣାଇ କଟକ ଜିଲ୍ଲା ବିଜେପିର ଉପସଭାପତି ପୀତାମ୍ବର ପରିଜାଙ୍କ ନେତୃତ୍ୱରେ ଲୁଣା ଚିତ୍ରୋତ୍ପଳା ଦ୍ବୀପାଞ୍ଚଳ ଓ ମହାନଦୀ ଚିତ୍ରୋତ୍ପଳା ଦ୍ବୀପାଞ୍ଚଳର ଦୁଇଟି ନିର୍ବାଚନ ମଣ୍ଡଳୀରୁ ଶତାଧିକ ବିଜେପି କର୍ମୀ ସାମୂହିକ ଭାବେ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ଜିଲ୍ଲା ଉପସଭାପତି ନନ୍ଦ କିଶୋର ବିଶ୍ୱାଳ, ଯୁବ ନେତା ସମରେନ୍ଦ୍ର ଭୂୟାଁ, ପୂର୍ବତନ ମଣ୍ଡଳ ସଭାପତି ସୁବାସ ଦାସ, ବାବାଜୀ ସାହୁ, ସୁରଜିତ୍ ସୂତାର, ଗୀତାଞ୍ଜଳି ପରିଜା, ରତ୍ନାକର ସ୍ୱାଇଁ, ଅଶୋକ କୁମାର ସାହୁ, କେଶବ ଚନ୍ଦ୍ର ଦଳାଇ, ପ୍ରଭାସ କୁମାର ଦାସ, ପ୍ରାକ୍ତନ ସରପ˚ଚ ଅକ୍ଷୟ ପରିଜା, ଶତ୍ରୁଘ୍ନ ରାଉତ, କୈଳାସ ମହାନ୍ତି, ଗୋଲଖ ବିହାରୀ ପଣ୍ତା, ବିପ୍ଳବ କୁମାର ସ୍ବାଇଁ, ତପନ କୁମାର ବେହେରା, ନିର୍ମଳ ସି˚, ପ୍ରହଲ୍ଳାଦ ମହାନ୍ତି, ନିକୁଞ୍ଜ କିଶୋର ମିଶ୍ର ପ୍ରମୁଖ ସେମାନଙ୍କ ଇସ୍ତଫାପତ୍ର କଟକ ଜିଲ୍ଲା ବିଜେପି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।
ବିଜେପିରୁ ଇସ୍ତଫା ଦେଲେ ଶତାଧିକ ବିଜୟ ସମର୍ଥକ
Advertisment
Follow Us