ଓଡିଶାରେ ୧୦୦ ଛୁଇଁଲା ପେଟ୍ରୋଲ ଦର, କାଲିମେଳାରେ ଲିଟର ପ୍ରତି ଦାମ ୧୦୦ ଟଙ୍କା ୭୨ ପଇସା

Advertisment
ପେଟ୍ରୋଲ୍‌, ଡିଜେଲ୍‌ ଦର ବୃଦ୍ଧି ରେକର୍ଡ: ମୁମ୍ବାଇ ଓ ଶ୍ରୀଗଙ୍ଗାନଗରରେ ୧୦୦ ଟଙ୍କା ଟପିଲା ପେଟ୍ରୋଲ୍‌ ଦର

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ଛୁଇଁଲା ପେଟ୍ରୋଲ ଦର । ମାଲକାନଗିରି ଜିଲ୍ଲାରେ ୧୦୦ ଟଙ୍କା ଟପିଛି ଏକ ଲିଟର ପେଟ୍ରୋଲ ଦାମ । କାଲିମେଳାରେ ପେଟ୍ରୋଲ ଦର ଆଜି ୧୦୦ ଟଙ୍କା ୭୨ ପଇସା ପହଁଚି ଥିବା ବେଳେ ଡିଜେଲ ଦର ମଧ୍ୟ ଶତକ ମୁହାଁ । ତେବେ କରୋନା ସହ ଜୁଝୁଥିବା ଉପାନ୍ତ ଅଂଚଳବାସୀଙ୍କ ପାଇଁ ଏହି ଦରବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଭୁବନେଶ୍ୱରରେ ମଧ୍ୟ ୯୫ ଟଙ୍କା ପାଖାପାଖି ପହଁଚିଛି ପେଟ୍ରୋଲ ଦର ।ମାଲକାନଗିରି ଜିଲ୍ଲା କାଲିମେଳାରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିଛି ।

କାଲିମେଳାରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୭୨ ପଇସାରେ ବିକ୍ରି ହେଉଥିବା ବେଳେ ସ୍ପିଡ ପେଟ୍ରୋଲର ଦାମ ୧୦୩ ଟଙ୍କା ୮୭ ପଇସା ରହିଛି । ସେହିପରି ଡିଜେଲ ଦର ମଧ୍ୟ ଶତକ ମୁହାଁ ହୋଇଛି । କାଲିମେଳାରେ ଡିଜେଲ ଲିଟର ପିଛା ଦାମ ରହିଛି ୯୮ ଟଙ୍କା ୨୯ ପଇସା । ଆଉ ଏହାର ସିଧା ବୋଝ ଗ୍ରାହକଙ୍କ ଉପରେ ପଡିଛି। ପେଟ୍ରୋଲ ଦର ୧୦୦ ଟଙ୍କା ଟପି ଥିବା ବେଳେ ଏଥିରେ ଜଣେ ଗ୍ରାହକଙ୍କୁ ଟିକସ ବାବଦରେ କେତେ ଟଙ୍କା ଦେବାକୁ ପଡେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ । ନଜର ପକାନ୍ତୁ ତେଳ ଗଣିତ ଉପରେ

ମୌଳିକ ମୂଲ୍ୟ ହେଉଛି ୪୦.୨୧ ଟଙ୍କା

କେନ୍ଦ୍ର ସରକାରଙ୍କ ଏକସାଇଜ୍ ଡ୍ୟୁଟି ରହିଛି ୩୨.୯୦ ଟଙ୍କା

ଭାଟ ବାବଦରେ ରାଜ୍ୟ ସରକାର ନେଉଛନ୍ତି ୨୩.୩୧ ଟଙ୍କା

ଡିଲର କମିଶନ ୩.୩୦ ଟଙ୍କା

ମାଲକାନଗିରି ଜିଲ୍ଲା ସମେତ ଦକ୍ଷିଣ ଓଡିଶାକୁ ବିଶାଖାପାଟଣ ଡିପୋରୁ ତୈଳ ଯୋଗାଣ ହୋଇଥାଏ । ତେଲ ଡିପୋ ଠାରୁ ପେଟ୍ରୋଲ ପମ୍ପର ଦୂରତା ଯୋଗୁଁ ପ୍ରତି ସହରରେ ଭିନ୍ନ ଭିନ୍ନ ତୈଳ ଦର ସ୍ଥିର କରିଥାନ୍ତି କମ୍ପାନୀ । ତେବେ ମାଲକାନଗିରରେ ପେଟ୍ରୋଲ ଦର ୯୯ ଟଙ୍କା ୭୯ ପଇସା ହୋଇଥିବା ବେଳେ ଏଠାରୁ ୪୦ କିଲୋମିଟର ଦୂର କାଲିମେଳାରେ ଶହେ ପାର କରିଛି ପେଟ୍ରୋଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe