କରୋନାରୁ ସୁସ୍ଥ ହେଲେ ଶତାୟୁ ବୃଦ୍ଧା

କରୋନାରୁ ସୁସ୍ଥ ହେଲେ ଶତାୟୁ ବୃଦ୍ଧା

ନୂଆଗାଁ : କରୋନାକୁ ମାତ୍‌ ଦେଇଛନ୍ତି ଜଣେ ୧୦୦ ବର୍ଷର ବୃଦ୍ଧା ସୁମତୀ ନାୟକ। ଏଭଳି ଏକ ଆଶ୍ବସ୍ତିକର ଖବରକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବା ସହ କରୋନା ଭଳି ମହାମାରୀକୁ ମାତ୍‌ ଦେଇ ଘରକୁ ଫେରି ଆସିଥିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁଯାୟୀ, ମହିପୁର ଅଂଚଳର ସୁମତୀ ନାୟକ ଗତ ୫ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ। ଆକ୍ରାନ୍ତ ହେବାର କିଛି ସମୟ ପରେ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ହେବାରୁ ତାଙ୍କୁ ଖଣ୍ତପଡ଼ାସ୍ଥିତ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବୃଦ୍ଧାଙ୍କ ବୟସ ଶହେ ଅତିକ୍ରମ କରିଥିବାରୁ ଡାକ୍ତର ଚିନ୍ତାରେ ପଡ଼ିଯାଇଥିଲେ। କିନ୍ତୁ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ଡାକ୍ତର ଏବଂ ନର୍ସଙ୍କ ଉତ୍ତମ ସ୍ବାସ୍ଥ୍ୟସେବା ସୁମତୀଙ୍କୁ ଆରୋଗ୍ୟ କରାଇବା ପରେ ସେ ପରିବାରକୁ ଫେରିଛନ୍ତି। ତେବେ ସୁମତୀଙ୍କ ଦୃଢ଼ ମନୋବଳ ବୟସ ଆଗରେ ହାର୍‌ ମାନିବା ସହ ତାଙ୍କଠାରୁ କରୋନା ଭୂତାଣୁ ଦୂରେଇ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe