ରାୟଗଡା: ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ସାରା ଦେଶରେ ଖୁସିର ଲହରି ଖେଳି ଯାଇଛି। ଏଥିରୁ ରାୟଗଡ଼ା ଜିଲ୍ଲା ଜେକେ କାଗଜକଳ ଓ ତାଦ୍ଵାରା ପରିଚାଳିତ ସଂସ୍ଥା ମଧ୍ୟ ବାଦ ପଡିନି। ଏହି ଅବସରରେ ଲକ୍ଷ୍ମୀପଥ ସିଂଘାନିଆ ପବ୍ଲିକ୍ ସ୍କୁଲ୍ ଓ ଲକ୍ଷ୍ମୀପଥ ସିଂଘାନିଆ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂର ସିଧା ପ୍ରସାରଣ ଦେଖିଥିଲେ ଏବଂ ଏହାକୁ ଏକ ଉତ୍ସବରେ ପରିଣତ କରି ଦେଇଥିଲେ। ସମସ୍ତ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ଧରି ବନ୍ଦେ ମାତରମ୍ ଓ ଭାରତ ମାତା କି ଜୟ ଘୋଷରେ ବାତାବରଣକୁ ଉତ୍ସବ ମୁଖର କରି ଦେଇଥିଲେ।
/sambad/media/post_attachments/wp-content/uploads/2023/08/Rgda-JK-paper-mill-re-chndrayan-3-2-1024x682.jpg)
ଏହି କାର୍ଯ୍ୟକ୍ରମରେ ପାଖା ପାଖି ୧୦୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ବାହାରି ଥିଲେ। ଜେକେ କାଗଜ କଳର ମୁଖ୍ୟ ବିନୟ ଦ୍ଵିବେଦୀ ଉପସ୍ଥିତ ରହି ଦେଶର ସମସ୍ତ ବୈଜ୍ଞାନିକ ଓ ଇସରୋ ଉଦେଶ୍ୟରେ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ। ସେ କହିଥିଲେ ଯେ ବିଶ୍ୱ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇ ଗଲା ଯାହା ଭାରତ ପାଇଁ ଏକ ଗୌରବର ବିଷୟ। ଅନ୍ୟାନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ବାଣିଜ୍ୟ ଉପସଭାପତି ବିଶ୍ୱଜିତ୍ ଦ୍ଵିବେଦୀ, ମହାପ୍ରବନ୍ଧକ ମାନବ ସମ୍ବଳ ବିକାଶ ସନ୍ଦୀପ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
Follow Us