କ୍ୟାବିନେଟ୍‌ ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା: ରାଜ୍ୟରେ ଦିନକୁ ୧ ହଜାର ସ୍ୱାବ୍‌ ପରୀକ୍ଷା ହେବ

ଚଳିତ ମାସ ବ୍ରହ୍ମପୁର, ବୁର୍ଲା ଓ ରାଉରକେଲାରେ ପରୀକ୍ଷା ଆରମ୍ଭ ହେବ

ଆଗକୁ କୋଭିଡ୍ ପରିସ୍ଥିତି ଭୟାବହ, ବିଧାନସଭାରେ ଡରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା: ମହାମାରୀ  କରୋନା ମୁକାବିଲା ପାଇଁ ଆଜି ରାଜ୍ୟ ସରକାରଙ୍କ ଏକ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ‌ ପରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏଠାରେ ସାମ୍ବାଦିକମାନଙ୍କୁ ରାଜ୍ୟରେ କରୋନା ମୁକାବିଲା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଚଳିତ ମାସ ୧୨ରେ ବ୍ରହ୍ମପୁର ମେଡ଼କାଲ କଲେଜ, ୧୫ରେ ବୁର୍ଲା ଭିମସାର ଓ ୧୭ରେ ରାଉରକେଲା ଆଇଜିଏଚ୍‌ରେ ନମୁନା ପରୀକ୍ଷା ଆରମ୍ଭ ହେବ। ଏଣିକି ରାଜ୍ୟରେ ପ୍ରତିଦିନ ୧ ହଜାର ସ୍ବାବ୍‌ ନମୁନା ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ବୁର୍ଲାକୁ ଯୋଗାଇ ଦିଆଯାଇଥିବା ୨୨ ଗୋଟି ଭେଣ୍ଟିଲେଟରକୁ ସମ୍ବଲପୁର ବା ବୁର୍ଲା କୋଭିଡ୍‌ ହସପିଟାଲରେ ସ୍ଥାପନ କରିବାକୁ ସେ ପ୍ରସ୍ତାବ ଦେଇଥିବା କହିଛନ୍ତି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିକଟରେ ବର୍ତ୍ତମାନ ୭୦ ହଜାର ପିପିଇ, ୯୫ ହଜାର ଏନ୍‌-୯୫ ମାସ୍କ୍‌ ଓ ୬୮ ହଜାର ଅନ୍ୟାନ୍ୟ ମାସ୍କ୍‌ ସହିତ ପର୍ଯ୍ୟାପ୍ତ ଔଷଧ, ସାନିଟାଇଜର୍‌ ମହଜୁଦ ଥିବା ମନ୍ତ୍ରୀ କହିଥିଲେ। ସେହିପରି ରାଜ୍ୟରେ କୋଭିଡ୍‌୧୯ ପାଇଁ ସରକାର ୨୪୩୨ ନର୍ସ, ୭୨୯ ଫାର୍ମାସିଷ୍ଟ, ୬୧୦ ଲେବ୍ରୋଟୋରୀ ଟେକ୍‌ନିସିଆନ୍‌, ୨୯୧ ରେଡ଼ିଓଗ୍ରାଫି, ୧୭୩୫ ଏମ୍‌ପିଏଚ୍‌ଡବ୍ଲୁ(ଏମ୍) ଓ ୨୧୬୩ ଏମ୍‌ପିଏଚ୍‌ଡବ୍ଲୁ(ଏଫ୍‌)ଙ୍କୁ ଶୀଘ୍ର ନିଯୁକ୍ତ ଦେଇ ଟ୍ରେନିଂ ଦିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି।

publive-image

ବିଭିନ୍ନ ଜିଲ୍ଲାରେ ଥିବା ଆୟୁର୍ବେଦ୍‌, ହୋମିଓପ୍ୟାଥୀ ଡାକ୍ତର ମାନଙ୍କୁ ଏବଂ ଏନ୍‌ସିସି କ୍ୟାଡେଟ୍‌, ଏନ୍‌ଏସ୍‌ଏସ୍‌, ଏନ୍‌ୱାଇକେଏସ୍‌ , ଆଇଆର୍‌ସିଏସ୍‌ ସ୍ବେଚ୍ଛାସେବୀ ମାନଙ୍କୁ ଟ୍ରେନିଂ ଦିଆଯାଇ କୋଭିଡ୍‌ ହସପିଟାଲରେ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦିଆଯାଇଥିବା ‌ମନ୍ତ୍ରୀ କହିଛନ୍ତି। ଏହାସହ ଦିଲ୍ଲୀ ଏମ୍‌ସ ଢ଼ାଞ୍ଚାରେ ଏସ୍‌ସିବି ମେଡିକାଲ କଲେଜ ଓ ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟରରେ ଲୋକଙ୍କୁ ସାନିଟାଇଜ କରାଯିବା ବୋଲି ମନ୍ତ୍ରୀ ପ୍ରସ୍ତାବ ଥିବା କହି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ସମସ୍ତ ଜନସାଧାଣର ନିଷ୍ଠାର ସହିତ ପାଳନ କରିବାକୁ ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe