ଆକାଶ ମାର୍ଗରୁ ନକ୍ସଲଙ୍କ ଉପରେ ଆକ୍ରମଣକୁ ବିରୋଧ, ଲାଗିଲା ୧୦,୦୦୦ ବ୍ୟାନର-ପୋଷ୍ଟର 

Advertisment
ଆକାଶ ମାର୍ଗରୁ ନକ୍ସଲଙ୍କ ଉପରେ ଆକ୍ରମଣକୁ ବିରୋଧ, ଲାଗିଲା ୧୦,୦୦୦ ବ୍ୟାନର-ପୋଷ୍ଟର 

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା, ଦନ୍ତେୱାଡା, ବିଜାପୁର ଓ ନାରାୟଣପୁର ଅଂଚଳରେ ନକ୍ସଲମାନେ ସରକାରଙ୍କୁ ବିରୋଧ କରି ୧୦ ହଜାର ବ୍ୟାନର ଓ ପୋଷ୍ଟର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ନାରାୟଣପୁର ଜିଲ୍ଲା ଗସ୍ତ କରୁଥିବା ବେଳେ ରାସ୍ତାରେ ନକ୍ସଲ ଏହି ବ୍ୟାନର ମାରିଥିବା ଜଣାପଡିଛି। ତେବେ ରାସ୍ତା ଉପରେ ବ୍ୟାନର ମରାଯାଇଥିବାରୁ ଲୋକେ ରାସ୍ତା ପାର କରିବାକୁ ଭୟ କରୁଥିବା ଦେଖିବାକୁ ମିଳିଥିଲା।

କେନ୍ଦ୍ରର ମୋଦୀ ସରକାର, ଗୃହମନ୍ତ୍ରରୀ ଅମିତ ଶାହା ଏବଂ ରାଜ୍ୟର ଭୁପେଶ ବଘେଲ ସରକାର ମିଳିମିଶି ନକ୍ସଲ ଉପରେ ଆକାଶ ମାର୍ଗରୁ ଆକ୍ରମଣ କରୁଛନ୍ତି। ବାରମ୍ବାର ହମଲା କରୁଛନ୍ତି।ଯାହାକୁ ନେଇ ସାଧାରଣ ବର୍ଗର ଲୋକେ ସ୍ବରତ୍ତୋଳନ କରନ୍ତୁ ବୋଲି ବ୍ୟାନରରେ ଉଲ୍ଲେଖ କରାଯାଇଛି।ଅପରେସନ ପ୍ରହାର ନାମରେ ସାଧାରଣ ଲୋକଙ୍କୁ ନିର୍ଯାତନା ଦେବା ସହ ନକ୍ସଲମାନଙ୍କୁ ହତ୍ୟା କରାଯାଉଛି। ସମାଧାନ ନାମରେ ଆରମ୍ଭ ହୋଇଥିବା ନକ୍ସଲ ଦମନ ନୀତିକୁ ବିରୋଧ କରନ୍ତୁ ବୋଲି କୁହାଯାଇଛି।

publive-image

ଛତିଶଗଡରେ ଅବସ୍ଥାପିତ ଅର୍ଧସାମିରିକ ବାହିନୀ, ଡିଆରଡି,ଏସ୍‌ଟିଏଫ୍‌ଙ୍କ ଦ୍ବାରା ଲଗାତାର ଆକାଶ ମାର୍ଗରୁ ଆକ୍ରମଣ କରାଯାଉଛି, ଯାହାଫଳରେ ସାଧାରଣ ଲୋକେ ଜଂଗଲକୁ ଯିବାକୁ ଭୟ କରୁଛନ୍ତି। ତେଣୁ ଏହାକୁ ସମସ୍ତେ ବିରୋଧ କରନ୍ତୁ ବୋଲି ଦାବି କରାଯାଇଛି। ତେବେ ପ୍ରାୟ ୧୦ ହଜାର ବ୍ୟାନର ଓ ପୋଷ୍ଟର ଲାଗିଥିବାରୁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟର ଏବଂ ବ୍ୟାନର ହଟାଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe