ସରଣ୍ଡାରେ ମାଓବାଦୀଙ୍କୁ ଘେରିଛନ୍ତି ୧୦ ହଜାର ଯବାନ

Advertisment

ମାଓବାଦୀଙ୍କ ଗଡ଼ ସରଣ୍ଡା ଜଙ୍ଗଲକୁ ଘେରିଛନ୍ତି ପ୍ରାୟ ୧୦ ହଜାର ଯବାନ। ଏପ୍ରିଲ ୨୧ରେ ଝାଡ଼ଖଣ୍ଡ ବୋକାରୋର ଲୁଗୁପାହାଡ଼ ତଳେ ହୋଇଥିବା ଏନ୍‌କାଉଣ୍ଟର ପରେ ସୁରକ୍ଷା ବାହିନୀ ଏବେ ସରଣ୍ଡାକୁ ଟାର୍ଗେଟ୍‌ କରିଛନ୍ତି।

ମାଓବାଦୀଙ୍କ ଗଡ଼ ସରଣ୍ଡା ଜଙ୍ଗଲକୁ ଘେରିଛନ୍ତି ପ୍ରାୟ ୧୦ ହଜାର ଯବାନ। ଏପ୍ରିଲ ୨୧ରେ ଝାଡ଼ଖଣ୍ଡ ବୋକାରୋର ଲୁଗୁପାହାଡ଼ ତଳେ ହୋଇଥିବା ଏନ୍‌କାଉଣ୍ଟର ପରେ ସୁରକ୍ଷା ବାହିନୀ ଏବେ ସରଣ୍ଡାକୁ ଟାର୍ଗେଟ୍‌ କରିଛନ୍ତି।

dfcvcvcv

ବିଶ୍ରା: ମାଓବାଦୀଙ୍କ ଗଡ଼ ସରଣ୍ଡା ଜଙ୍ଗଲକୁ ଘେରିଛନ୍ତି ପ୍ରାୟ ୧୦ ହଜାର ଯବାନ। ଏପ୍ରିଲ ୨୧ରେ ଝାଡ଼ଖଣ୍ଡ ବୋକାରୋର ଲୁଗୁପାହାଡ଼ ତଳେ ହୋଇଥିବା ଏନ୍‌କାଉଣ୍ଟର ପରେ ସୁରକ୍ଷା ବାହିନୀ ଏବେ ସରଣ୍ଡାକୁ ଟାର୍ଗେଟ୍‌ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତରେ ଥିବା ସରଣ୍ଡାର ଘନ ଜଙ୍ଗଲରେ ଡେରା ପକାଇଥିବା ମାଓବାଦୀଙ୍କ ବିରୋଧରେ ଅପରେସନ୍‌କୁ ଆହୁରି ଜୋରଦାର କରାଯାଇଛି। କୋବ୍ରା ବାଟାଲିୟନ, ଝାଡ଼ଖଣ୍ଡ ଜାଗୁଆର ଓ ସିଆରପିଏଫ୍‌ର ବାଟାଲିୟନ ଏହି ଅପରେସନ୍‌ରେ ନିୟୋଜିତ ଅଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସରଣ୍ଡା ଜଙ୍ଗଲରେ ମାଓ ସଂଗଠନର କେନ୍ଦ୍ରୀୟ ନେତା ମିସିର ବେସରା, ଅନ୍‌ମୋଲ ଦା, ମୋଛୁ, ଅସୀମ ମଣ୍ଡଳ, ଅଜୟ ମାହାତୋ, ଅଶ୍ବିନ, ସାଗେନ ଅଙ୍ଗାରିଆ, ଚନ୍ଦନ ଲୋହାରା, ପିଣ୍ଟୁ ଲୋହାରା, ଅମିତ ହାଁସଦା, ଜୟକାନ୍ତ, ରାପା ମୁଣ୍ଡାଙ୍କ ଭଳି କୁଖ୍ୟାତ ମାଓବାଦୀ ଲୁଚିଛନ୍ତି। ଝାଡ଼ଖଣ୍ଡ ପୁଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, କୋବ୍ରାର ୨୦୩ ଓ ୨୦୯ ବାଟାଲିୟନ ସହ ଝାଡ଼ଖଣ୍ଡ ଜାଗୁଆର ଓ ସିଆର୍‌ପିଏଫ୍‌ର ୨୬, ୬୦, ୧୩୪, ୧୭୪, ୧୯୩ ଓ ୧୯୭ ବାଟାଲିୟନର ଯବାନମାନେ ଏହି ଅପରେସନ୍‌ରେ ସାମିଲ ଅଛନ୍ତି। ଗୋଟିଏ ବାଟାଲିୟନ୍‌ରେ ୧୨୦୦ ସୈନିକ ରହିଥିବା ସୂଚନା ମିଳିଛି। ଏହି ଦୃଷ୍ଟିରୁ ୮ଟି ବାଟାଲିୟନରେ ମୋଟ ୯,୬୦୦ ସୈନିକ ଅଛନ୍ତି। ଏହାବ୍ୟତୀତ ଝାଡ଼ଖଣ୍ଡ ପୁଲିସ, ଜେଏପି ଓ ଆଇଆର୍‌ବିର ସୈନିକମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe