୧୦୦୦ କିଲୋ ଗଂଜେଇ ଜବତ,୨ ଗିରଫ

Advertisment
୧୦୦୦ କିଲୋ ଗଂଜେଇ ଜବତ,୨ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓର୍କେଲ ପୁଲିସକୁ ଗଂଜେଇ ଚାଲାଣ ରୋକିବାରେ ମିଳିଛି ବଡ ସଫଳତା। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସଡିପିଓ ଅଂଶୁମାନ ଦ୍ବିବେଦୀ ଓର୍କେଲ ପୁଲିସ ଆଜି ୧୦୦୦ କିଲୋ ଗଂଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଥିବା ନେଇ ସୂଚନା ପ୍ରଦାନ କରିଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଆଜି ଭୋର ସକାଳେ ଓର୍କେଲ ଏସଆଇ କେ.ସାହାଙ୍କ ନେତୃତ୍ବରେ ଏକ ଟିମ ବାଲିମେଳା ଏବଂ ଏହାର ଆଖପାଖ ଅଂଚଳରେ ପେଟ୍ରୋଲିଂ କରୁଥିବା ବେଳେ କ୍ଷୀପ୍ର ଗତିରେ ଆସୁଥିବା ଏକ ପିକଅପ ଭ୍ୟାନକୁ ଅଟକାଇ ଯାଞ୍ଚ କରୁଥିବା ବେଳେ ସେହି ପିକଅପ ଭ୍ୟାନରେ ୫୦ ପ୍ୟାକେଟ ଗଂଜେଇ ରହିଥିବା ଦେଖିବାକୁ ପାଇଥିଲା।

ଏହି ପିକଅପରେ ବସିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିଥିଲେ। ଓର୍କେଲ ଥାନାକୁ ଆଣି ପଚରାଉଚରା କରିବା ବେଳେ ଏହି ଗଂଜେଇ ଚିତ୍ରକୋଣ୍ଡାରୁ ଉତ୍ତର ପ୍ରଦେଶର ଆହ୍ଲାବାଦକୁ ଯାଉଥିବା ଦୁଇ ଜଣ ଗଂଜେଇ ଚାଲାଣକାରୀ ସ୍ବୀକାର କରିଥିଲେ।ଗିରଫ ହୋଇଥିବା ଗଂଜେଇ ମାଫିଆମାନେ ହେଲେ ଉତ୍ତର ପ୍ରଦେଶର ପ୍ରୟାଗ ଅଂଚଳର ମୁକେଶ କୁମାର(୨୭) ଏବଂ ବାଲିମେଳା ଅଂଚଳର ଅସିମ ମଲ୍ଲିକ(୩୨)। ଆଜି ଦୁଇ ଜଣକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଏଥିସହ ଏକ ବଲେରୋ ପିକଅପ ଭ୍ୟାନକୁ ମଧ୍ୟ ଜବତ କରାଯାଇଥିବା ଏସଡିପିଓ ଶ୍ରୀ ଦ୍ବିବେଦୀ ପ୍ରକାଶ କରିଥିଲେ।

ତେବେ ଚିତ୍ରକୋଣ୍ଡାକୁ ଗତ ଏକ ମାସରୁ କମ୍ ସମୟ ହେଲା ଏସଡିପିଓ ଭାବେ ଅଂଶୁମାନ ଦ୍ବିବେଦୀ ଯିବା ପରେ ଲଗାତାର ଗଂଜେଇ ଧରିବାରେ ସଫଳତା ହାସଲ କରିଚାଲିଛନ୍ତି। ଚିତ୍ରକୋଣ୍ଡା ଅ୍ଂଚଳରୁ ଗଂଜେଇ ଚାଲାଣ ବନ୍ଦ କରିବା ନେଇ ସେ ଦିନରାତି ଏକ କରୁଥିବା ଦେଖିବାକୁ ମିଳିଛି, ଯାହାର ଫଳସ୍ବରୂପ ଗଂଜେଇ ଧରିବାରେ ସଫଳତା ମିଳୁଛି। ଆଗାମୀ ଦିନରେ ମଧ୍ୟ ଚଢାଉ ଜାରି ରହିବ ବୋଲି ସେ କହନ୍ତି। ଆଜି ଜବତ ହୋଇଥିବା ଗଂଜେଇର ମୂଲ୍ୟ ପ୍ରାୟ ୧ କୋଟି ଟଂକାର ହେବ ବୋଲି ସେ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe