ବାଳକ ସ୍ବଭାବର ହୋଇ ବିନୟୀ ରହିଲେ ଶ୍ରୀଜଗନ୍ନାଥଙ୍କ ଅଶେଷ ଆଶିଷ ଲାଭ କରିପାରିବେ: ରାଜ୍ୟପାଳ

Advertisment

ତରାପି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ

ତରାପି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ

ବାଳକ ସ୍ବଭାବର ହୋଇ ବିନୟୀ ରହିଲେ ଶ୍ରୀଜଗନ୍ନାଥଙ୍କ ଅଶେଷ ଆଶିଷ ଲାଭ କରିପାରିବେ: ରାଜ୍ୟପାଳ

ନାଚୁଣୀ: ସବୁ ବୟସ ନିର୍ବିଶେଷରେ ବାଳକ ସ୍ବଭାବର ହୋଇ ବିନୟୀ ରହିଲେ ଜଗତର ନାଥ ଜଗନ୍ନାଥ ସ୍ବାମୀଙ୍କ ଅଶେଷ ଆଶୀଷ ଲାଭ କରି ଆପଣା ଜୀବନକୁ ସାର୍ଥକ ଲାଭ କରିପାରିବେ। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ହାଟବରଡିହ ପଞ୍ଚାୟତ ଅଧୀନ ତରାପି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ପାଳନ ଅବସରରେ ଆଜି ସ°ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେଇ ଏହା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ‘ସମ୍ବାଦ’ର ସମ୍ପାଦକ, ବିଶିଷ୍ଟ ଶିକ୍ଷାବିତ୍ ତଥା ମାନ୍ୟବର ଖଣ୍ଡପଡ଼ା ବିଧାୟକ  ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ ନିଜର ବକ୍ତବ୍ୟରେ ଜୀବନର ସଫଳତା ଓ ବ୍ୟକ୍ତିତ୍ଵର ବିକାଶ ପାଇଁ ସମସ୍ତେ ଯେପରି ପ୍ରଥମ ଅକ୍ଷର ‘ମ’ ଓ ‘ନ’କୁ ନେଇ ୫ଟି ଲେଖାଏଁ ଶବ୍ଦର ମନ୍ତ୍ରକୁ ନିୟମିତ ଅନୁକରଣ କରି ମା’, ମାଟିକୁ ଭଲପାଇ ନିଡର, ନିର୍ଭିକ, ନିରହ°କାର ରହି ନିଶା ଠାରୁ ନିଜକୁ ଦୂରେଇ ରଖି ଆପଣା ଜୀବନକୁ ନିରୋଗୀ ଓ ଆଦର୍ଶ ସ୍ଥାନୀୟ କରିବାକୁ ଆହ୍ବାନ ଦେଇଥିଲେ। ଏଥି ସହ ପାଖରେ ରହିଥିବା ମୋବାଇଲ୍ ସହାୟତାରେ ଜ୍ଞାନ ଅର୍ଜନ କରି ବିଶ୍ୱର ଅନନ୍ୟ ଡିଜିଟାଲ ସଫଳତା ହାସଲ କରିବାକୁ ଶ୍ରୀ ପଟ୍ଟନାୟକ ଛାତ୍ର ଛାତ୍ରୀ ଙ୍କୁ ଆହ୍ବାନ ଦେଇଥିଲେ।

publive-image

ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଯୋଗ ଦେଇ ଶତବାର୍ଷିକୀ ପାଳନ କରୁଥିବା ବିଦ୍ୟାଳୟର ଉଜ୍ବଳ ଭବିଷ୍ୟତ କାମନା କରି ଶୁଭେଚ୍ଛା ଜଣାଇଥିଲେ। ଡଃ ମୃତ୍ୟୁ°ଜୟ ରଥ ସଭା ସଞ୍ଚାଳନ କରିଥିବା ବେଳେ ବିଦ୍ୟାଳୟର ପୁରାତନ ଛାତ୍ର ତଥା କିଟ୍ କଲେଜର ପ୍ରଫେସର ଡ଼ଃ ରବି ନାରାୟଣ ସୁବୁଦ୍ଧି ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଉତ୍ସବ ଆରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ ଓ ବେଦପାଠ କରାଯାଇଥିଲା। ଜାତୀୟ ସ°ଗୀତ ଗାନ ଓ ଉତ୍କଳ ବନ୍ଦନା ଗାନ କରାଯାଇଥିଲା। ଅତିଥିମାନଙ୍କ ଦ୍ଵାରା ଶିକ୍ଷାନୁଷ୍ଠାନର ନୂତନ ଶତବାର୍ଷିକୀ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ, ବିଦ୍ୟାଳୟ ର ମୁଖପତ୍ର ଓ ନୂତନ ଡ଼ାକ ଟିକଟ ଉନ୍ମୋଚନ ହୋଇଥିଲା।

ଏହି ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ବିଦ୍ୟାଳୟ ଶତବାର୍ଷିକୀ ଉତ୍ସବ ପାଳନ କମିଟି ପକ୍ଷରୁ ମୁଖ୍ୟ ଉପଦେଷ୍ଟା ଶଙ୍କର୍ଷଣ ମଙ୍ଗରାଜ, ଉପଦେଷ୍ଟା ବିଷ୍ଣୁ ମୋହନ ଛୋଟରାୟ, ସଭାପତି କେଳୁଚରଣ ସିଂହ, ଉପସଭାପତି ଉମାକାନ୍ତ ଶ୍ରୀଚନ୍ଦନ,ଗୋଲଖ ପ୍ରଧାନ, ପ୍ରଧାନ ଶିକ୍ଷୟିତ୍ରୀ ସ୍ମୃତି ସ୍ମିତା ସାମନ୍ତସିଂହାର, ଜୟନ୍ତୀ ପାଇକରାୟ ଙ୍କ ସହ କମିଟି ର ସମସ୍ତ ସଦସ୍ୟ, ବିଦ୍ୟାଳୟର ବର୍ତ୍ତମାନ ଓ ପ୍ରାକ୍ତନ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଛାତ୍ର ଛାତ୍ରୀ ଅଭିଭାବକ, ଶୁଭେଛୁ ତରାପି ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଏହି ଉତ୍ସବ ସଫଳତାର ସହ ପାଳନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe