୩ ବର୍ଷରେ ୧୦୧ ଶିଶୁ ଶ୍ରମିକ ଉଦ୍ଧାର: ନିଯୁକ୍ତି ଦାତାଙ୍କ ବିରୋଧରେ ୧୧୬ ମାମଲା ରୁଜୁ

ରାଜ୍ୟରେ ଗତ ୩ବର୍ଷ ମଧ୍ୟରେ ୧୦୧ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଥଇଥାନ କରିବା ପାଇଁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି ବୋଲି ଶ୍ରମମନ୍ତ୍ରୀ ବିଧାନସଭାରେ ସୂଚନା ପ୍ରଦାନ କରିଛନ୍ତି...

101 child laborers rescued in 3 years: 116 cases registered against employers

101 child laborers rescued in 3 years: 116 cases registered against employers

ଭୁବନେଶ୍ବର: ରାଜ୍ୟରେ ଗତ ୩ବର୍ଷ ମଧ୍ୟରେ ୧୦୧ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଥଇଥାନ କରିବା ପାଇଁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି ବୋଲି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ସୂଚନା ପ୍ରଦାନ କରିଛନ୍ତି।

ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ରଙ୍କ ଦ୍ବାରା ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଶ୍ରମମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି।

ଉପାସନା ମହାପାତ୍ର ପଚାରିଥିଲେ ଯେ, ରାଜ୍ୟରେ ଗତ ୩ବର୍ଷ ମଧ୍ୟରେ କେତେ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି? କେଉଁ କେଉଁ ଜିଲ୍ଲାରେ କେତେ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି ତାହାର ଏକ ବିବରଣୀ ଜିଲ୍ଲାୱାରୀ ଉପସ୍ଥାପନା କରିବେ କି? ଉଦ୍ଧାର କରାଯାଇଥିବା ଶିଶୁ ଶ୍ରମିକ ମାନଙ୍କୁ ଥଇଥାନ ଓ ଶିକ୍ଷାର ବ୍ୟବସ୍ଥା କରିବା ପାଇଁ ସରକାର କି କି ପଦକ୍ଷେପ ନେଇଛନ୍ତି?

ଏହାର ଉତ୍ତରରେ ଶ୍ରମମନ୍ତ୍ରୀ କହିଛନ୍ତି, ୨୦୨୨-୨୩ ରୁ ୨୦୨୪-୨୫ ଗତ ୩ ବର୍ଷ ମଧ୍ୟରେ ୧୦୧ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ୨୦୨୨-୨୩ରେ ୫ ଜଣ, ୨୦୨୩-୨୪ରେ ୪୫ ଜଣ ଏବଂ ୨୦୨୪-୨୫ରେ ୫୧ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। 

ସେମାନଙ୍କୁ ଥଇଥାନ କରିବା ପାଇଁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି। ଏହା ସହିତ ଶିଶୁ ଶ୍ରମିକ ନିଯୁକ୍ତି ଦାତାଙ୍କ ବିରୋଧରେ ୧୧୬ ମାମଲା ରୁଜୁ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe