ଓଡ଼ିଶାରେ ୧୦,୨୧୦ ଜଣ ଦେହଜୀବୀ, ବାଲେଶ୍ୱରରେ ସର୍ବାଧିକ ୧୦୫୦

Advertisment
ଓଡ଼ିଶାରେ ୧୦,୨୧୦ ଜଣ ଦେହଜୀବୀ, ବାଲେଶ୍ୱରରେ ସର୍ବାଧିକ ୧୦୫୦

odishaassembly.nic.in

ଭୁବନେଶ୍ୱର: ଓଡ଼ିଶାରେ ମୋଟ୍‌ ୧୦ ହଜାର ୨୧୦ ଜଣ ଦେହଜୀବୀ ଥିବା ଜଣାପଡ଼ିଛି। ରାଜ୍ୟର ୨୨ଟି ଜିଲ୍ଲାରେ ଦେହଜୀବୀମାନେ ଥିବା ବେଳେ ଆଠଟି ଜିଲ୍ଲାରେ ଆଦୌ ଦେହଜୀବୀ ନାହାନ୍ତି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୧୦୫୦ ଜଣ ଦେହଜୀବୀ ଥିବା ବିଧାନସଭାର ପ୍ରଶ୍ନୋତ୍ତର କାଳରେ ଏହା ଜଣାପଡ଼ିଛି।

ଆଜି ବିଧାନସଭାରେ ରାଜ୍ୟରେ କେତେ ଜଣ ଦେହଜୀବୀ ଅଛନ୍ତି, ସେ ନେଇ ବିଧାୟକ ରମେଶ ସାଏ ପ୍ରଶ୍ନ ପଚାରିଥିଳେ । ଏହାର ଉତ୍ତର ରଖିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ। ରାଜ୍ୟର ୨୨ଟି ଜିଲ୍ଲାରେ ୧୦ ହଜାର ୨୧୦ ଜଣ ଦେହଜୀବୀ ଅଛନ୍ତି। କେରାପୁଟ, ମୟୂରଭଞ୍ଜରେ ୭୫୦ ଜଣ ଓ ଯାଜପୁର ଓ କେନ୍ଦୁଝରରେ ୭୦୦ ଯୌନକର୍ମୀ ଅଛନ୍ତି। ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ୬୧୦ ଓ କଟକରେ ୨୫୦ ଜଣ ଦେହଜୀବୀ ଅଛନ୍ତି।

ରାଜ୍ୟରେ ମୋଟ ୮୦୭୬ଟି ଉଚ୍ଚ ବିଦ୍ୟାଳୟରେ ୨୫୮୫ଟି ସ୍ଥାୟୀ ପ୍ରଧାନଶିକ୍ଷକ ଖାଲି ରହିଛି । ମାଲି ମକଦମା ଚାଲୁରହିଥିବାରୁ ସେସବୁ ପଦବୀ ପୂରଣ ହୋଇ ପାରୁନାହିଁ । ବିଧାନସଭାରେ ପ୍ରଧାନଶିକ୍ଷକ ପଦବୀ ପୂରଣ ନେଇ ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନରେ ଲିଖିତ ଉତ୍ତରରେ ଏଭଳି ତଥ୍ୟ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ନ୍ୟାୟାଳୟରେ ମାମଲା ପଡିଥିବାରୁ ପଦନ୍ନୋତି ହୋଇପାରୁନି କି ଖାଲି ପଦବୀ ପୂରଣ ହୋଇପାରୁନି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

publive-image

ତେବେ ବିନା ପ୍ରଧାନଶିକ୍ଷକରେ ଉତ୍ତମ ପରିଚାଳନା ହେଉ ନ ଥିବାରୁ ସେସବୁ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ମିଳିପାରୁନି । ଭାରପ୍ରାପ୍ତ ଶିକ୍ଷକମାନେ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱ ତୁଆଇଲା ବେଳକୁ ଶିକ୍ଷାଦାନରେ ଅବହେଳା ହେଉଛି । ତେଣୁ ପ୍ରଧାନଶିକ୍ଷକ ପଦବୀ ପୂରଣ ପାଇଁ ବିଧାୟକ ଅମର ଶତପଥୀ ଦାବି କରିଛନ୍ତି ।

ସେପଟେ ମୋହନ ମାଝୀଙ୍କ ପ୍ରଶ୍ନରେ ଉତ୍ତର ରଖିବାକୁ ଯାଇ ମନ୍ତ୍ରୀ ସମୀର ଦାଶ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଦୁର୍ବଳ ଚିତ୍ର ସାମ୍ନାକୁ ଆଣିଛନ୍ତି  । ରାଜ୍ୟରେ ୧୧୫ଟି ବିଦ୍ୟାଳୟର ନିଜସ୍ୱ ଗୃହ ନ ଥିବା ବେଳେ ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ । ଫଳରେ ବାହାରେ ବସି ପାଠ ପଢ଼ୁଛନ୍ତି ପିଲା । ୩୧୫ଟି ବିଦ୍ୟାଳୟରେ ସର୍ବନିମ୍ନ ସଂଖ୍ୟକ ୧୦ରୁ କମ୍ ପିଲା ପାଠ ପଢ଼ୁଛନ୍ତି । ପ୍ରାୟ ୧୦୪୮ଟି ହାଇସ୍କୁଲରେ କମ୍ପ୍ୟୁଟର ନାହିଁ । ୨୮ଟି କମ୍ପୁଟର ଥିବା ହାଇସ୍କୁଲରେ ବିଦ୍ୟୁତ୍ ସଂଯୋଗ ଥିବା ବେଳେ ତାହା କାର୍ଯ୍ୟକାରୀ ହେଉନାହିଁ । ୨୬୧ଟି ବିଦ୍ୟାଳୟରେ ପାଠାଗାର ନାହିଁ ଓ ୪୭୦ଟି ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ କାର୍ଯ୍ୟ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe