ଖୋର୍ଦ୍ଧା ଜିଲ୍ଲାରୁ ୧୦୨୩ ଜଣଙ୍କ ସମେତ ରାଜ୍ୟରେ ଆଜି ସୁସ୍ଥ ହେଲେ ୩୧୧୦ କରୋନା ଆକ୍ରାନ୍ତ

ସୁସ୍ଥଙ୍କ ସଂଖ୍ୟା ପହଂଚିଲା ୧ ଲକ୍ଷ ୫ ହଜାର ୨୯୫

ଖୋର୍ଦ୍ଧା ଜିଲ୍ଲାରୁ ୧୦୨୩ ଜଣଙ୍କ ସମେତ ରାଜ୍ୟରେ ଆଜି ସୁସ୍ଥ ହେଲେ ୩୧୧୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୧୦୨୩ ଜଣଙ୍କ ସମେତ ରାଜ୍ୟରେ ଆଜି ୩ ହଜାର ୧୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫ ହଜାର ୨୯୫ରେ ପହଂଚିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ପୁରୀ ଜିଲ୍ଲାରୁ ଆଜି ୨୧୫ ଜଣ, କଟକ ଜିଲ୍ଲାରୁ ୨୦୨ ଜଣ, ମୟୂରଭଂଜ ଜିଲ୍ଲାରୁ ୧୫୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୨୩ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୩ ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୨ ଜଣ ଓ ଯାଜପୁର ଜିଲ୍ଲାରୁ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗଂଜାମ ଜିଲ୍ଲାରୁ ୯୮ ଜଣ ସୁସ୍ଥ ହୋଇଥିବା ବେଳେ ଝାରସୁଗୁଡ଼ା, କୋରାପୁଟ ଜିଲ୍ଲାରୁ ୯୫ ଜଣ ଲେଖାଏଁ, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଜିଲ୍ଲାରୁ ୬୦ ଜଣ ଲେଖାଏଁ, ସୁନ୍ଦରଗଡ଼ ଜିଲ୍ଲାରୁ ୫୮ ଜଣ, ରାୟଗଡ଼ା ଜିଲ୍ଲାରୁ ୫୦ ଜଣ, ଭଦ୍ରକ ଜିଲ୍ଲାରୁ ୪୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୪୨ ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୧ ଜଣ, ନବରଂଗପୁର ଜିଲ୍ଲାରୁ ୩୪ ଜଣ, ମାଲକାନଗିରି ଜିଲ୍ଲାରୁ ୩୨ ଜଣ, ନୟାଗଡ଼ ଜିଲ୍ଲାରୁ ୨୯ ଜଣ, ଗଜପତି ଜିଲ୍ଲାରୁ ୨୦ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୨୦ ଜଣ, ନୂଆପଡ଼ା ଜିଲ୍ଲାରୁ ୧୬ ଜଣ, ବୌଦ୍ଧ ଜିଲ୍ଲାରୁ ୭ ଜଣ, ଅନୁଗୁଳ ଜିଲ୍ଲାରୁ ୩ ଜଣ, ଦେବଗଡ଼ ଜିଲ୍ଲାରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe