କନିକା ବନାଞ୍ଚଳରୁ ୧୦୭ଟି କୁମ୍ଭୀରବସା ଚିହ୍ନଟ

Advertisment
କନିକା ବନାଞ୍ଚଳରୁ ୧୦୭ଟି କୁମ୍ଭୀରବସା ଚିହ୍ନଟ

ରାଜନଗର : ସରୀସୃପଙ୍କ ନନ୍ଦନକାନନ ତଥା ବଉଳା କୁମ୍ଭୀରମାନଙ୍କ ପ୍ରାକୃତିକ ବାସସ୍ଥାନ ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଅଧୀନରେ ଥିବା କନିକା ବନାଞ୍ଚଳରେ ୧୦୭ଟି କୁମ୍ଭୀର ବସା ଠାବ କରାଯାଇଛି। କନିକା ରେଂଜ୍‌ର ଭିତରକନିକା, ରଗଡ଼ାପାଟିଆ, ଡାଙ୍ଗମାଳ, ସାଉଥ୍ ମହିଁଷାମଡ଼ା, ନର୍ଥ ମହିଁଷାମଡ଼ା ଏବଂ କାଳିଭଂଜଡିଆରେ ଏହି ୧୦୭ଟି ବସା ଚିହ୍ନଟ ହୋଇଥିବା ବନାଞ୍ଚଳ ଅଧିକାରୀ ମାନସ କୁମାର ଦାସ ସୂଚନା ଦେଇଛନ୍ତି।

ଏବେ ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଚାଲିଛି। ପ୍ରତିବର୍ଷ ଭଳି ଏ ବର୍ଷ ମେ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଉଳା କୁମ୍ଭୀରମାନଙ୍କ ପ୍ରଜନନ ପ୍ରକ୍ରିୟା ଜାରି ରହିବ। ଏହି ସମୟରେ ମା ବଉଳା କୁମ୍ଭୀରମାନେ ନଦୀର ଜୁଆରଠାରୁ ୫ଫୁଟ ଦୂରତ୍ବରେ ନଦୀ ପଠାରେ ବସା ବାନ୍ଧିଥାନ୍ତି। ପୁରୁଷ ବଉଳା କୁମ୍ଭୀର ହେନ୍ତାଳ, ଖରଖରି ଓ ଅନ୍ୟାନ୍ୟ ପତ୍ରକୁ ନେଇ ଦୁଇରୁ ଅଢେଇ ଫୁଟ ଉଚ୍ଚର ବସା ବାନ୍ଧିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe