ରକ୍ତଦାନ କରି ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍‌ସ ହେଲ୍‌ପର

Advertisment
ରକ୍ତଦାନ କରି ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍‌ସ ହେଲ୍‌ପର

ଜମନକିରା: ସମ୍ବଲପୁର ଜିଲ୍ଲା ଜମନକିରା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ୧୦୮ ଆମ୍ବୁଲାନ୍ସ ହେଲପର୍ ଥିବା ପିଣ୍ଟୁ ରଣା ରକ୍ତଦାନ କରି ଜଣେ କିଡ୍‌ନି ରୋଗୀଙ୍କ ଜୀବନ ବଞ୍ଚାଇ ଉଦାହରଣ ସାଜିଛନ୍ତି। ଜମନକିରା ବ୍ଲକ୍ ଟିକିବା ପଂଚାୟତ ରାଙ୍କିବାହାଲ୍ ଗ୍ରାମର ହୃଦାନନ୍ଦ ଷଣ୍ଢ (୫୪) ଦୀର୍ଘ ବର୍ଷ ହେଲା କିଡ୍‌ନି ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଛନ୍ତି। ତାଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ଗୁରୁବାର ଡ୍ୟୁଟିରେ ଥିବା ଡାକ୍ତର ଏସ୍‌ପି ଦୋରା ତାଙ୍କ ପତ୍ନୀ ସରସ୍ୱତୀଙ୍କୁ ଆବଶ୍ୟକ ରକ୍ତ ସଂଗ୍ରହ କରିବାକୁ କହିଥିଲେ।

ନଚେତ୍ ରୋଗୀ ଅବସ୍ଥା ଜଟିଳ ହୋଇପାରେ ବୋଲି ଚେତାଇ ଦେଇଥିଲେ। ରକ୍ତ ଗ୍ରୁପ ‘ଏ’ ପୋଜିଟିଭ ହୋଇଥିବା ବେଳେ ଉପଖଣ୍ଡ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଏହା ଉପଲବ୍ଧ ନ ଥିଲା। ସେହି ସମୟରେ ଜମନକିରା ୧୦୮ ଆମ୍ବୁଲାନ୍‌ସ ଅନ୍ୟ ଏକ ରୋଗୀଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଆସିଥିଲା। କିଡ୍‌ନି ରୋଗୀଙ୍କ ପତ୍ନୀ ହେଲପର ପିଣ୍ଟୁଙ୍କୁ ରକ୍ତଦାନ କରି ସହାୟତା କରିବାକୁ ନେହୁରା ହୋଇଥିଲେ। ଭାଗ୍ୟବଶତଃ ରକ୍ତର ରକ୍ତ ବର୍ଗ ସମାନ ଥିଲା। ପିଣ୍ଟୁ ରୋଗୀଙ୍କ ଜୀବନ ବଞ୍ଚାଇବା ପ୍ରଥମ କର୍ତ୍ତବ୍ୟ ବୋଲି ଉପଲବ୍ଧି କରି ପ୍ରଥମେ ରକ୍ତଦାନ କରିଥିଲେ। ଜଣେ ରୋଗୀର ଜୀବନ ବଞ୍ଚାଇବା ପାଇଁ ପିଣ୍ଟୁଙ୍କ ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe