୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅଭିନବ ପ୍ରତିବାଦ, ଦାବି ପୂରଣ ଲାଗି ପରିବା ବିକ୍ରି କଲେ

Advertisment
୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅଭିନବ ପ୍ରତିବାଦ, ଦାବି ପୂରଣ ଲାଗି ପରିବା ବିକ୍ରି କଲେ

ସମ୍ବଲପୁର: ସମ୍ବଲପୁରରରେ ସୋମବାର ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜର ଦାବି ପୂରଣ ନେଇ ପୁଣି ଏକ ଅଭିନବ ପ୍ରତିବାଦ କରିଛନ୍ତି। ଏହି ପ୍ରତିବାଦ ସ୍ୱରୂପ ସେମାନେ ଆଜି ଧନୁପାଲି ବଜାରରେ ଗ୍ରାହକଙ୍କୁ ଡାକି ପରିବା ବିକ୍ରି କରୁଛନ୍ତି। କେବଳ ଏତିକି ନୁହେଁ, ଆଉ କିଛି କର୍ମଚାରୀ ହାତରେ ପ୍ଲାକାର୍ଡ଼ ଧରି ଠିଆ ହୋଇଛନ୍ତି।  ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆମ୍ବୁଲାନ୍‌ସ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି। ଗତକାଲି ଏହି ଆନ୍ଦୋଳନରତ କର୍ମଚାରୀମାନେ ମୁହଁରେ କଳାକନା ବାନ୍ଧି ଲକ୍ଷ୍ମୀଟକିଜ ଛକଠାରେ ଧାରଣାରେ ମଧ୍ୟ ବସିଥିଲେ।

ତେବେ ଆମ୍ବୁଲାନ୍ସ କର୍ମଚାରୀମାନେ ପରିବାର ବିକ୍ରି କରି ପ୍ରତିବାଦ କରିବା ଘଟଣା କିଛି ନୂଆ ନୁହେଁ। ଏହ ପୂର୍ବରୁ ସେମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ ଡାକି ଖିଅର କରିବା, ମୁହଁରେ କଳାପଟି ବାନ୍ଧି ସମ୍ବଲପୁର ଜେଲ ଛକ ନିକଟରେ ଧାରଣାରେ ବସିବା, ମାଆ ସମଲେଶ୍ୱେରୀଙ୍କ ମନ୍ଦିର ପାଚେରୀ ପାଖରେ ଭିକ ମାଗି ପ୍ରତିବାଦ କରିଥିଲେ। ସେହିପରି ପୂର୍ବରୁ କଚେରୀ ଛକରେ ଜୋତା ପଲିସ କରି ମଧ୍ୟ ପ୍ରତିବାଦ କରିଥିଲେ ବୋଲି ଖବର ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe