୧୦ କେଜି ଗଞ୍ଜେଇ ସହ କାର୍‌ ଜବତ, ୩ ଗିରଫ

Advertisment
ବଲିଉଡ୍‌ର ପସନ୍ଦ ଓଡ଼ିଶା ଗଞ୍ଜେଇ: ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ମିଳିଥିଲା ଲିଙ୍କ୍

Odisha Bytes

ପଦ୍ମପୁର : ପଦ୍ମପୁର ଉପଖଣ୍ଡରେ ଦୀର୍ଘ ଦିନ ହେବ ଗଞ୍ଜେଇ ବ୍ୟବସାୟ ଚଳାଇ ଆସୁଥିବା ୩ ଜଣ ବ୍ୟବସାୟୀଂକୁ ପୁଲିସ୍‌ ଗିରଫ କରିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ପୁଲିସ୍‌ର ଏକ ଟିମ ଆମବାହାଲରୁ ଜମଲା ଯାଉଥିବା ସୁଇଫ୍ଟ ଡିଜାୟର କାର୍‌ (ଓଡି୧୫ଆର-୦୮୨୧)କୁ ଅଟକ ରଖିଥିଲେ। ଗାଡ଼ିକୁ ତନ୍ନତନ୍ନ କରି ଚେକିଂ କଲା ପରେ ୧୦ କେଜି ଗଞ୍ଜେଇ ବାହାରିଥିଲା। ଗଞ୍ଜେଇ ସହ ବ୍ୟବହୃତ ଗାଡି, ୪ଟି ମୋବାଇଲ, ନଗଦ ୧୫୦୦ ଟଙ୍କା ପୁଲିସ୍‌ ଜବତ କରିଛି।

ବ୍ୟବସାୟରେ ଲିପ୍ତଥିବା ଭେଡ଼େନ ଥାନା ବୁର୍ଦା ଗ୍ରାମର ଚିନ୍ମୟ ମଲ୍ଲିକ (୨୭), ମେଲଛାମୁଣ୍ତା ଥାନା ଆମ୍ବମୁଣ୍ତା ଗ୍ରାମର ନାରାୟଣ ତାଣ୍ତି (୨୪) ଓ ବୌଦ ଜିଲ୍ଲା ବାଉଶୁଣି ଥାନା ଅଏଲାଭଟା ଗ୍ରାମର ଦୁଃଖନାଶନ ଭୋଇ (୨୪)ଙ୍କୁ ପୁଲିସ ଗିରଫ କରିଛି। ପୁଲିସ୍‌ କେସ୍ ନଂ ୧୦୨/୨୦୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଥାନାଧିକାରୀ ରାଜେନ୍ଦ୍ର ସିଆଲଙ୍କ ନେତୃତ୍ବରେ ସବଇନ୍ସପେକ୍ଟର ସୌମ୍ୟରଞ୍ଜନ ପାତ୍ର, ରବୀନ୍ଦ୍ର ହେମ୍ବ୍ରମ, ହାବିଲଦାର ପ୍ରେମାନନ୍ଦ ସାହୁ, ଉଦୟ ମହାପାତ୍ର, ପ୍ରକାଶ ପ୍ରଧାନ ଏହି ଚଢ଼ଉରେ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe