ମାଟ୍ରିକ ପରୀକ୍ଷା: ପ୍ରୋଟୋକଲ୍‌ ଅନୁଯାୟୀ ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

Advertisment

ଚଳିତ ବର୍ଷ ୨୦୧୯ କେନ୍ଦ୍ରରେ ୬ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ

ଚଳିତ ବର୍ଷ ୨୦୧୯ କେନ୍ଦ୍ରରେ ୬ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ

ମାଟ୍ରିକ ପରୀକ୍ଷା: ପ୍ରୋଟୋକଲ୍‌ ଅନୁଯାୟୀ ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଆଉ ଗୋଟିଏ ସପ୍ତାହ ପରେ ବାର୍ଷିକ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଆଗାମୀ ଫେବ୍ରୁଆରି ୨୩ରୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷା ମାର୍ଚ୍ଚ ୮ରେ ଶେଷ ହେବ। ବାର୍ଷିକ ପରୀକ୍ଷାରେ ୨୯୧୯ କେନ୍ଦ୍ରରେ ପ୍ରାୟ ୬ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥି ପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।

ପରୀକ୍ଷା ପୂର୍ବରୁ ରାଜ୍ୟ ସଚିବାଳୟଠାରୁ ଭିଡିଓ କନ୍‌ଫେରେନ୍‌ସିଂ ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରଟୋକଲ୍‌ ଅନୁଯାୟୀ ସମସ୍ତ ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୋଡାଲ ସେଣ୍ଟର, ପରୀକ୍ଷା କେନ୍ଦ୍ର ଏବଂ ମୂଲ୍ୟାଙ୍କନ କେନ୍ଦ୍ରରେ ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ ସମସ୍ତ ନିୟମର କଡ଼କାଡ଼ି ଅନୁପାଳନ ଉପରେ ମଧ୍ୟ ପାଢ଼ୀ ଗୁରୁତ୍ୱ ଆରୋପ କରିଛନ୍ତି।

publive-image

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ଛାତ୍ରଛାତ୍ରୀମାନେ ନିଜ ନିଜ ବିଦ୍ୟାଳୟରେ ପରୀକ୍ଷା ଦେବେ ନାହିଁ। ସବୁ ବିଦ୍ୟାଳୟ ପାଇଁ ବିଭିନ୍ନ ପରୀକ୍ଷା କେନ୍ଦ୍ର କରାଯାଇଛି। ସାଧାରଣତଃ ବିଦ୍ୟାଳୟଠାରୁ ୧୦ କିମି ଦୂରତା ମଧ୍ୟରେ ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି। ଚଳିତ ବର୍ଷ ବୋର୍ଡର ୫,୯୦,୩୬୦, ରାଜ୍ୟ ମୁକ୍ତ ବିଦ୍ୟାଳୟର ୧୩,୯୭୮ ଏବଂ ମଧ୍ୟମାର ୩,୭୧୫ ଏହି ପରି ସମୁଦାୟ ୬,୦୮,୦୫୩ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ। ଏଥି ପାଇଁ ୩୦୨ଟି ନୋଡାଲ ସେଣ୍ଟର ଓ ୫୭ଟି ମୂଲ୍ୟାଙ୍କନ କେନ୍ଦ୍ର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe