ସ୍କୁଲ ଯିବାକୁ ପରିବାର ଲୋକେ ବାଧ୍ୟ କରିବାରୁ ବିଷ ପିଇଦେଲା ଦଶମ ଶ୍ରେଣୀ ଛାତ୍ରୀ

Advertisment
ସ୍କୁଲ ଯିବାକୁ ପରିବାର ଲୋକେ ବାଧ୍ୟ କରିବାରୁ ବିଷ ପିଇଦେଲା ଦଶମ ଶ୍ରେଣୀ ଛାତ୍ରୀ

ମାଲକାନଗିରି: ପରିବାର ଲୋକେ ସ୍କୁଲ ଯିବାକୁ ବାଧ୍ୟ କରିବାରୁ ଜଣେ ଦଶମ ଶ୍ରେଣୀ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛି। ମାଲକାନଗିରି ଥାନା ଅନ୍ତର୍ଗତ ଭୀମାରାଙ୍ଗିନୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ଭୀମାରାଙ୍ଗିନୀ ଗାଁର ମହେନ୍ଦ୍ର ରାୟଙ୍କ ଝିଅ ସତୀଗୁଡ଼ା ହାଇସ୍କୁଲରେ ଦଶମ ଶ୍ରେଣୀର ଛାତ୍ରୀ ଥିଲା। ରାଜ୍ୟରେ କରୋନା ସଂକ୍ରମଣ ନିମ୍ନଗାମୀ ହେବା ପରେ ଗତ ୭ ତାରିଖ ଦିନ ଅଷ୍ଟମ ଠାରୁ ଉପରକୁ ସମସ୍ତ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ଖୋଲିଥିଲା। ଭୀମାରାଙ୍ଗିନୀ ଗାଁର ‌ସମସ୍ତ ହାଇସ୍କୁଲ ଛାତ୍ରୀମାନେ ସ୍କୁଲକୁ ଯାଇ ଅଫ୍‌ଲାଇନ୍‌ କ୍ଲାସ ଆରମ୍ଭ କରିଦେଇଥିଲେ। କରୋନା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ହେବ ପାଠପଢ଼ାରେ ବ୍ୟାଘାତ ହୋଇଥିବାରୁ ମହେନ୍ଦ୍ର ରାୟଙ୍କ ପରିବାର ନିଜ ଝିଅକୁ ସ୍କୁଲ ଯିବାକୁ କହିଥିଲେ। ଅନ୍ୟପଟରେ ସ୍କୁଲକୁ ଯାଇ ପାଠ ପଢ଼ିବାକୁ ଝିଅର ଆଗ୍ରହ ନଥିଲା। କିନ୍ତୁ ପରିବାର ଲୋକେ ବାଧ୍ୟ କରିବାରୁ ଶେଷରେ ଛାତ୍ରୀ ଜଣକ ବିଷ ପିଇଦେଇଥିଲା।

ଦଶମ ଶ୍ରେଣୀ ଛାତ୍ରୀ ବିଷ ପିଇବା ପରେ ଗତକାଲି ପୂର୍ବାହ୍ନରେ ଗାଁ ଲୋକଙ୍କ ସହାୟତାରେ ପରିବାର ଲୋକ ତାକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଆଜି ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଥିଲା। ଛାତ୍ରୀର ଏହି ଅପମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ‌ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe