ଦଶମ ଶ୍ରେଣୀ ଧନ୍ଦାମୂଳକ ଶିକ୍ଷା ପ୍ରାକ୍ଟିକାଲ ପରୀକ୍ଷା ନିଜ ସ୍କୁଲରେ

Advertisment
ଦଶମ ଶ୍ରେଣୀ ଧନ୍ଦାମୂଳକ ଶିକ୍ଷା ପ୍ରାକ୍ଟିକାଲ ପରୀକ୍ଷା ନିଜ ସ୍କୁଲରେ

Current Affairs - BankExamsToday

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ (ଏସ୍‌ଏ-୨)ର ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟରେ ଦେବେ। ଏହି ପରୀକ୍ଷା ଓସେପା ତତ୍ତ୍ବାବଧାନରେ ପରିଚାଳିତ ହେବ ଓ ଏହାର ନମ୍ବର ଅନଲାଇନ୍‌ରେ ବୋର୍ଡକୁ ପଠାଯିବ। ମାର୍କ ଅପ୍‌ଲୋଡ୍ କରିବା ପାଇଁ ବୋର୍ଡ ୱେବସାଇଟ୍‌ www.bseodisha.ac.in ରେ ଲିଙ୍କ୍ ଦିଆଯାଇଛି।

ଏହି ଲିଙ୍କ୍‌ ଫେବ୍ରୁଆରି ୧୫ରୁ ଫେବ୍ରୁଆରି ୨୮ତାରିଖ ପର୍ଯ୍ୟନ୍ତ ରହିବ। ପ୍ରାକ୍ଟିକାଲ ପରୀକ୍ଷା ନମ୍ବର ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ତତ୍ତ୍ବାବଧାନରେ ଏକ୍ସଷ୍ଟରନାଲ ଏକ୍‌ଜାମିନରଙ୍କ ଦ୍ବାରା ସଂପାଦିତ ହେବ ବୋଲି ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe