୨୦ରୁ ଭୁବନେଶ୍ବରରେ ଦଶମ ପରିବେଶ କଂଗ୍ରେସ

୨୦ରୁ ଭୁବନେଶ୍ବରରେ ଦଶମ ପରିବେଶ କଂଗ୍ରେସ

faithandworkblog.com

ଭୁବନେଶ୍ବର : ଆସନ୍ତା ୨୦ ତାରିଖରୁ ୩ଦିନ ବ୍ୟାପି ୧୦ମ ପରିବେଶ କଂଗ୍ରେସ ଭୁବନେଶ୍ବରସ୍ଥିତ ଆରଏମ୍‌ଏନ୍‌ଏଚ୍ ପରିସରରେ ଅନୁଷ୍ଠିତ ହେବ। ଏଚ୍‌ଡିଏଫ୍‌, ସିଡିଏଆର୍‌, ସିଇଡି, ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ, ଜାଭିୟର ବିଶ୍ବବିଦ୍ୟାଳୟ ଓ ଓଡ଼ିଶା ପରିବେଶ ସମିତିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଖଣି ଓ ପରିବେଶ’।

ଖଣି ଆମ ଅର୍ଥନୀତିକୁ ସମୃଦ୍ଧ କରିଛି। ମାତ୍ର ଏହି ଖଣି ଆଜି ଅନେକ କ୍ଷେତ୍ରରେ ରାଜ୍ୟର ବିକାଶ ପରିବର୍ତେ ବିନାଶର କାରଣ ପାଲଟିଛି। ପରିବେଶ ଏହା ଦ୍ବାରା ବିଶେଷ ଭାବେ ପ୍ରଭାବିତ ହୋଇଛି। ଖଣି ଅଞ୍ଚଳରେ ପାଣି, ପବନ, ମାଟି ଓ ଜଙ୍ଗଲ ପ୍ରଦୂଷଣ ଓ ଅବକ୍ଷୟର ଶିକାର ହୋଇଛି। ପରିବେଶ କଂଗ୍ରେସରେ ଏହି ବିଷୟକୁ ନେଇ ଆଲୋଚନା କରାଯିବ। ଏହାସହ ରାଜ୍ୟ ଓ ରାଜ୍ୟ ବାହାରୁ ୩୦ଜଣ ଗବେଷକଙ୍କ ପ୍ରବନ୍ଧକୁ ସଂପାଦିତ କରାଯାଇ ପୁସ୍ତକ ଆକାରରେ ପ୍ରକାଶ ପାଇବ। ଆଲୋଚନା ବ୍ୟତୀତ ଖଣି ଓ ପରିବେଶ ବିଷୟକୁ ନେଇ ପ୍ରବନ୍ଧ, ଚିତ୍ରାଙ୍କନ ଓ ତର୍କ ପ୍ରତିଯୋଗିତା ଆୟୋଜନ କରାଯିବ। କେନ୍ଦୁଝର ଓ ଝାରସୁଗୁଡ଼ାଠାରେ ପରିବେଶ ଓ ଖଣି ବିଷୟକୁ ନେଇ ଦୁଇଟି ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜନ ହେବାର ବ୍ୟବସ୍ଥା ରହିଛି। ଏହି ସମ୍ମିଳନୀରେ ରାଜ୍ୟପାଳଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ମନ୍ତ୍ରୀ ଓ ଅଧିକାରୀ, ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ଅନ୍ୟ ବିଶ୍ବବିଦ୍ୟାଳୟର କୁଳପତି ଓ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପରିବେଶ କଂଗ୍ରେସର ଅଧ୍ୟକ୍ଷ ଧୀରେନ କୁମାର ରାୟ, କାର୍ଯ୍ୟକାରୀ ସଂପାଦକ ସୁଦର୍ଶନ ଦାସଙ୍କ ସମେତ ବିଧୁଭୂଷଣ ସାମନ୍ତ, ଜୟକୃଷ୍ଣ ପାଣିଗ୍ରାହୀ, ନିରଦ ଖୁଣ୍ଟିଆ, ବିଜୟ ପ୍ରଧାନ, ସୁବ୍ରତ ରାଉତ, ଦିଲ୍ଲୀପ ସାବତ ଓ ସରିତା ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe