ଅନ୍‌ଲାଇନ୍‌ରେ ପଢ଼ିବେ ଦଶମ ଛାତ୍ରଛାତ୍ରୀ: ଏପ୍ରିଲ ୧୪ ପରେ ଚୂଡ଼ାନ୍ତ ନିଷ୍ପତ୍ତି ‘ଦୀକ୍ଷା’ ଆପ୍‌ରେ ଦିଆଯିବ ଶିକ୍ଷା

Advertisment
ଅନ୍‌ଲାଇନ୍‌ରେ ପଢ଼ିବେ ଦଶମ ଛାତ୍ରଛାତ୍ରୀ: ଏପ୍ରିଲ ୧୪ ପରେ ଚୂଡ଼ାନ୍ତ ନିଷ୍ପତ୍ତି ‘ଦୀକ୍ଷା’ ଆପ୍‌ରେ ଦିଆଯିବ ଶିକ୍ଷା

Study.com

ଭୁବନେଶ୍ୱର: ଶେଷରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଲା। ଏବେ ୯ମ ଶ୍ରେଣୀରେ ପଢ଼ୁଥିବା ତଥା ୨୦୨୧ରେ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷା ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏପ୍ରିଲ ୧୪ରେ ଲକ୍‌ଡାଉନ୍‌ ଉଠିବା ପରେ ଏହା ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ‘ଦୀକ୍ଷା’ ଆପ୍ ଦ୍ୱାରା ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ିବା ଲାଗି କୁହାଯିବ। ତେବେ ଯେଉଁ ଛାତ୍ରଛାତ୍ରୀଙ୍କ ପାଖରେ କମ୍ପ୍ୟୁଟର୍‌ କିମ୍ବା ଲାପଟପ୍‌ ଥିବ, ସେମାନେ ଏହାଦ୍ୱାରା ଉପକୃତ ହୋଇପାରିବେ। ଅନ୍‌ଲାଇନ୍ ପାଠପଢ଼ା ନେଇ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବ‌େ। ଏଥିପାଇଁ ସେମାନଙ୍କୁ ଖୁବ୍‌ଶୀଘ୍ର କୁହାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏବେ ରାଜ୍ୟର ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପ୍ରାୟ ୬ଲକ୍ଷ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ସେମାନଙ୍କର ଗୋଟିଏ ପରୀକ୍ଷା ବାକି ରହିଛି। ଉକ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେଉଁମାନେ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ, ସେନେଇ ଲକ୍‌ଡାଉନ୍ ଖୋଲିବା ପରେ ନିଷ୍ପତ୍ତି ନିଆଯିବ। ତେବେ ଆଗକୁ ସେମାନଙ୍କର ଦଶମ ଶ୍ରେଣୀ ହେବାକୁ ଥିବାରୁ ପାଠପଢ଼ା ଉପରେ ଗୁରୁତ୍ବ ଦିଆଯାଉଛି। ଯେଉଁମାନେ ଭଲ ପଢ଼ୁଛନ୍ତି, ସେମାନେ ଅପେକ୍ଷା ନ କରି ଦଶମ ଶ୍ରେଣୀ ପାଠପଢ଼ା ଆରମ୍ଭ କରିଦେଲେଣି। ଆଉ ଯେଉଁମାନେ ଅଛନ୍ତି, ଛୁଟି ସମୟରେ ସେମାନଙ୍କ ଲାଗି ଅନ୍‌ଲାଇନ୍ ପାଠପଢ଼ା ବେଶ ଉପଯୋଗୀ ହୋଇପାରିବ। ତେବେ ସବୁ ଛାତ୍ରଛାତ୍ରୀଙ୍କ ଲାଗି ଅନ୍‌ଲାଇନ୍ ପାଠପଢ଼ା ସହାୟକ ହୋଇପାରିବ ନାହିଁ ବୋଲି ଶିକ୍ଷାବିତ୍‌ମାନେ ମତ ପ୍ରକାଶ କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଏପ୍ରିଲ ୧୪ ପରେ ସ୍ଥିତିକୁ ଦେଖି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏନେଇ ବ୍ୟାପକ ଆଲୋଚନା କରାଯାଉଛି। ୯ମ ଶ୍ରେଣୀର ଯେଉଁ ଗୋଟିଏ ବିଷୟର ପରୀକ୍ଷା ବାକି ରହିଛି, ସେନେଇ ୧୪ ତାରିଖରେ ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ ଯେ କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସାରା ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିଯୋଗୁଁ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ପାଠପଢ଼ା‌ ବି ପ୍ରଭାବିତ ହୋଇଛି। ପିଲାମାନେ ସ୍କୁଲ, କଲେଜ ଯାଇ ନ ପାରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ହେଲେ ଘରେ ରହିବା ସତ୍ତ୍ୱେ ପାଠପଢ଼ା ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଧ୍ୟାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe