ବ୍ରଜରାଜନଗର ଉପନିର୍ବାଚନ: ନାମାଙ୍କନ ପତ୍ର ପ୍ରତ୍ୟାହାର କଲେ ୩ ପ୍ରାର୍ଥୀ, ୧୧ ଜଣଙ୍କ ମଧ୍ୟରେ ହେବ ଲଢ଼େଇ

Advertisment
ବ୍ରଜରାଜନଗର ଉପନିର୍ବାଚନ: ନାମାଙ୍କନ ପତ୍ର ପ୍ରତ୍ୟାହାର କଲେ ୩ ପ୍ରାର୍ଥୀ, ୧୧ ଜଣଙ୍କ ମଧ୍ୟରେ ହେବ ଲଢ଼େଇ

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଦାଖଲ କରିଥିବା ୩ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି। ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନରେ ସ୍ୱାଧୀନ ପ୍ରାର୍ଥୀ ତପନ ସ୍ୱାଇଁ, ପାର୍ବତୀ ବେହେରା ଓ ମନୋଜ ପ୍ରଧାନ ନିର୍ବାଚନ ଲଢ଼ିବେ ନାହିଁ। ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ପରେ ଏବେ ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବ। ତେବେ ବର୍ତ୍ତମାନର ରାଜନୀତି ପରିଦୃଶ୍ୟ ଯାହା ଦେଖାଯାଉଛି ବିଜୁ ଜନତା ଦଳ (ବିଜେଡି), ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରେସର ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହୋଇପାରେ।

ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି, ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ କିଶୋର କୁମାର ପଟେଲ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ)ର ରମେଶ କୁମାର ତ୍ରିପାଠୀ, ବିଜେପିର ରାଧାରାଣୀ ପଣ୍ଡା, ହିନ୍ଦୁସ୍ଥାନ ନିର୍ମାଣ ଦଳ ବିଜୟ କୁମାର ଜାଳାନ, ସ୍ୱାଧୀନ ପ୍ରାର୍ଥୀ ଅବ୍ୟୟଭାରତୀ ଶେଖାଓ୍ଵତ, ଆଦିତ୍ୟ ପ୍ରଧାନ, ଦୀନବନ୍ଧୁ ବିଶ୍ୱାଳ, ମନୋଜ ମେହେର, ସୀତାରାମ ବେହେରା ଓ ସୁପ୍ରୀତ ବେହେରା ଅବତୀର୍ଣ୍ଣ ହୋଇଛନ୍ତି।

ସୂଚନାଯୋଗ୍ୟ, ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସନ୍ତା ୩୧ ତାରିଖରେ ଭୋଟ ଗ୍ରହଣ କରାଯିବ। ଏହା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ଦେଖାଯାଇଛନ୍ତି। ମୁଖ୍ୟ ଦିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe