ରାଜ୍ୟରେ ବ୍ଲାକ୍ ଫଙ୍ଗସ୍‌ର ୧୧ ମାମଲା, ଜଣେ ମୃତ

Advertisment
ଏଣିକି ଦିଲ୍ଲୀର ଘରୋଇ ହସ୍ପିଟାଲରେ ହୋଇପାରିବ ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକିତ୍ସା

BBC

ଭୁବନେଶ୍ବର : ରାଜ୍ୟରେ ଏ ପର୍ଯ୍ୟନ୍ତ ବ୍ଲାକ୍ ଫଙ୍ଗସ୍‌ର ୧୧ଟି ମାମଲା ସାମ୍ନାକୁ ଆସିଛି। ରାଜ୍ୟର ଏକାଧିକ ଜିଲ୍ଲାରୁ ଆକ୍ରାନ୍ତ ରହିଥିଲେ ହେଁ, ସମସ୍ତ ଆକ୍ରାନ୍ତ ରାଜଧାନୀରେ ଚିକିତ୍ସିତ ହେଉଛନ୍ତି। ତହିଁରୁ ପ୍ରଥମ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, କରୋନା ପରବର୍ତୀ ସମୟରେ ଲୋକମାନେ ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ହେଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ଆଜି ବ୍ଲାକ୍ ଫଙ୍ଗସ୍‌କୁ ଏକ 'ନୋଟିଫାଏବଲ' ରୋଗ ଭାବେ ଘୋଷଣା କରିଛନ୍ତି। ଯାହାଫଳରେ ରାଜ୍ୟର ଯେ କୌଣସି ହସ୍ପିଟାଲରେ ଏଭଳି ରୋଗୀ ଚିହ୍ନଟ ହେଲେ ତାହା ସଂପର୍କରେ ରାଜ୍ୟ ସରକାରଙ୍କୁ ସୂଚନା ଦେବାକୁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ପ୍ରଥମ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୧୦ଜଣ ଏବେ ବି ସ‌ନ୍ଦିଗ୍ଧ ରହିଛନ୍ତି। ହସ୍ପିଟାଲମାନଙ୍କ ପକ୍ଷରୁ ଏ ସଂପର୍କିତ ସମସ୍ତ କାଗଜପତ୍ର ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯାଇ ନାହିଁ। ହସ୍ପିଟାଲମାନେ କାଗଜପତ୍ର ପ୍ରଦାନ କରିବା ପରେ ଏହାର ଅନୁଶୀଳନ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ବରଗଡ଼ରେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ
ବରଗଡ଼ : କରୋନା ପରେ ବ୍ଲାକ୍‌ ଫଙ୍ଗସ୍‌ ଏବେ ଚିନ୍ତାର କାରଣ ପାଲଟିଛି। ଇତିମଧ୍ୟରେ ବରଗଡ଼ ଜିଲ୍ଲାରେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଉକ୍ତ ରୋଗୀ ଜଣକ ବରପାଲି ବ୍ଲକର। କିଛି ଦିନ ତଳେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କଠାରେ ବ୍ଲାକ୍‌ ଫଙ୍ଗସ୍‌ର ଲକ୍ଷଣ ଥିବା ବିଶେଷଜ୍ଞ ଡାକ୍ତରମାନେ କହିଥିବା ବିଧାୟକ ଦେବେଶ ଆଚାର୍ଯ୍ୟ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe