ଭୁବନେଶ୍ବର: ରାତିରେ ପାରଦ ଆହୁରି ହ୍ରାସ ପାଇଛି। ୧୧ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଘୁ.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରି ଥିଲା। ଏହାବ୍ୟତୀତ ସିମିଳିଗୁଡ଼ାରେ ୭.୨, ଫୁଲବାଣୀରେ ୭.୫, ଝାରସୁଗୁଡ଼ାରେ ୭.୬, ରାଉରକେଲାରେ ୭.୯, କିରେଇ ଓ ଚିପିଲିମାରେ ୮.୮, ଦାରିଙ୍ଗବାଡିରେ ୯, ସୁନ୍ଦରଗଡରେ ୯.୧, ଅନୁଗୁଳରେ ୯.୬, କେନ୍ଦୁଝରଗଡ଼ରେ ୯.୯, ଭବାନୀପାଟଣା ଓ ବଲାଙ୍ଗୀରରେ ୧୦ ଡିଗ୍ରି ଲେଖାଏଁ ରହିଥିଲା। କିଛି ଦିନ ବ୍ୟବଧାନରେ ଭୁବନେଶ୍ବର ଓ କଟକ ସହରର ପାରଦ ୧୩ ଡିଗ୍ରି ତଳକୁ ଖସିଛି। ଗତକାଲି ସକାଳ ସାଢ଼େ ୫ଟାରେ ଭୁବନେଶ୍ବର ତାପମାତ୍ରା ୧୬.୬ ଡିଗ୍ରି ରହିଥିଲା। ଆଜି ଏଥିରେ ଆଉ ୨.୧ ଡିଗ୍ରି ହ୍ରାସ ପାଇ ସକାଳ ସାଢ଼େ ୫ଟାରେ ୧୪.୫ ଡିଗ୍ରି ଥିଲା। ପରବର୍ତ୍ତୀ ସମୟରେ ଆହୁରି କମି ୧୨.୮ ଡିଗ୍ରିରେ ପହଞ୍ଚିଥିଲା। ଆସନ୍ତା ୭ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଦୁଇ ଦିନ ମଧ୍ୟରେ ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, ଖୋର୍ଦ୍ଧା, କଟକ, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ହୋଇପାରେ। ସର୍ବନିମ୍ନ ତାପମାତ୍ରା ୨ରୁ୪ ଡିଗ୍ରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
୧୦ ଡିଗ୍ରି ତଳେ ୧୧ ସହର
Advertisment
Follow Us