ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୧ ଗିରଫ, ୪ଟି କାର୍ ଓ ୨୨ଟି ବାଇକ୍ ଜବତ

Advertisment
ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୧ ଗିରଫ, ୪ଟି କାର୍ ଓ ୨୨ଟି ବାଇକ୍ ଜବତ

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୧୧ଜଣ ଯୁବକଙ୍କୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ହୁତୁମା ଗ୍ରାମରେ ଗତକାଲି ରାତିରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା।

publive-image

ସୁବର୍ଣ୍ଣପୁର ପୁଲିସ ଅଧୀକ୍ଷକ ଦେବୀ ପ୍ରସାଦ ଦାସଙ୍କ ନିର୍ଦ୍ଦେଶକ୍ରମେ ସେସ୍ପାଲ ସ୍କ୍ବାଡର ଏସ ଆଇ ଅବିନାଶ ପ୍ରଧାନ ଏବଂ ବିନିକା ଥାନା ଆଇଆଇସି କୁଶ ପାଣିଗ୍ରାହୀ ଏହି ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ୧୧ଜଣ ଜୁଆଡ଼ିଙ୍କୁ ଗରିଫ କରାଯାଇଥିଲା। ଏମାନେ ସମସ୍ତେ ସୁବର୍ଣ୍ଣପୁର ଜିଲ୍ଲାର ଭେଡେନ୍ ଏବଂ ବିନିକା ଅଞ୍ଚଳର ବୋଲି ଜଣାଯାଇଛି।

publive-image

ସେଠାରୁ ଚାରିଟି କାର୍, ୨୨ଟି ବାଇକ୍ ଏବଂ ନଗଦ ୧୧ ହଜାର ୩୫୦ ଟଙ୍କା ବି ଜବତ କରାଯାଇଥିଲା। ଏହାଛଡ଼ା ସେଠାରୁ ଗ୍ୟାସଲାଇଟ, ଜୁଆ ପଟି ଏବଂ ଏକ ବାକ୍ସ ଜବତ କରାଯାଇଥିବା ଜଣାଯାଇଛି। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe