ପିପିଲିପାଲି ଛକରେ ପିକଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ୧୧ ଆହତ

Advertisment

ବିବାହ ପରେ କନ୍ୟାକୁ ଛାଡ଼ି ଫେରୁଥିଲେ, ଡ୍ରାଇଭର ଫେରାର୍‌

ବିବାହ ପରେ କନ୍ୟାକୁ ଛାଡ଼ି ଫେରୁଥିଲେ, ଡ୍ରାଇଭର ଫେରାର୍‌

ପିପିଲିପାଲି ଛକରେ ପିକଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ୧୧ ଆହତ

ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ପିପିଲିପାଲି ଛକରେ ଗୁରୁବାର ଅପରାହ୍‌ଣରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ (ଓଆର୍‌ ୧୭ ଏଫ୍‌ ୪୮୩୯) ଓଲଟି ପଡ଼ିବାରୁ ଗାଡ଼ି ଭିତରେ ଥିବା ୨୧ ଜଣଙ୍କ ମଧ୍ୟରୁ ୧୧ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି। ତନ୍ମଧ୍ୟରୁ ୩ ଜଣ ଗୁରୁତର ଆହତଙ୍କୁ ବୁର୍ଲା ବଡ଼ଡାକ୍ତରଖାନାକୁ ପଠାଯାଇଥିବା ପ୍ରକାଶ।

ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ସାନଟିକା ଗ୍ରାମର ଅନାଦି ପଧାନଙ୍କ ଝିଅଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ବେହେରାମାଲ କୁଡ଼ାଡେରାର ଲକ୍ଷ୍ମଣ ମିର୍ଦ୍ଧାଙ୍କ ସହ ବାହାଘର ହୋଇଥିଲା। ଗୁରୁବାର ବିବାହ କାର୍ଯ୍ୟ ସରିବା ପରେ କନ୍ୟାଘର ଲୋକେ ଏକ ପିକ୍‌ଅପ୍‌ ଭ୍ୟାନରେ ବରଘରକୁ କନ୍ୟାକୁ ଛାଡ଼ିବାକୁ ଆସିଥିଲେ। କନ୍ୟାଘର ଲୋକମାନେ ଭୋଜିଭାତ ଖାଇ ନିଜ ଗ୍ରାମକୁ ଫେରୁଥିବା ବେଳେ ପିପିଲିପାଲି ବୁଲାଣିଠାରେ ଗାଡ଼ି ଓଲଟି ପଡ଼ିଥିଲା। ଗାଡ଼ି ଭିତରେ ଥିବା ଲୋକଙ୍କ ଚତ୍କାର ଶୁଣି ପାଖ ଲୋକମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିଥିଲେ। ଆହତଙ୍କ ମଧ୍ୟରେ ସାନଟିକା ଗ୍ରାମର ସୁବ୍ରତ ନାଏକ(୨୧), ରିଙ୍କୁ ପଧାନ(୨୦), ଅମିତ ପଧାନ(୨୧), ବିଶିକେଶନ ନାଏକ(୨୨), ରାଜେଶ ପଧାନ(୨୦), ରାମୁ ପଧାନ, ତୁଷାର ନାଏକ(୨୧), ସୁବ୍ରତ ସେଠ(୨୧), ପ୍ରଫୁଲ୍ଲ ନାଏକ(୨୧) ଙ୍କ ସହ ପତ୍ରାପାଲି ଗ୍ରାମର ରଂଜନ ପଧାନ ଓ ସୁଶିଲ ପଧାନ ଥିବା ଜଣାଯାଇଛି। ଗୁରୁତର ଆହତ ଥିବା ରାମୁ, ବିଶିକେଶନ ଓ ସୁଶିଲଙ୍କୁ ବୁର୍ଲା ପଠାଯାଇଥିବା ପ୍ରକାଶ। ଡୁଙ୍ଗୁରିପାଲି ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe