ଦଣ୍ଡନାଚ ମଞ୍ଚ ତିଆରି ବେଳେ ୧୧ କେଭି ଝଟ୍‌କା

Advertisment

୧୮ ଫୁଟ ତଳକୁ ଖସିପଡ଼ି ଶ୍ରମିକ ମୃତ

୧୮ ଫୁଟ ତଳକୁ ଖସିପଡ଼ି ଶ୍ରମିକ ମୃତ

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

Deccan Herald

ଜଗନ୍ନାଥପ୍ରସାଦ: ଦଣ୍ଡନାଚ ଅବସରରେ ରାତିରେ ନାଟକ ପାଇଁ ମଞ୍ଚ ପ୍ରସ୍ତୁତି ଚାଲିଥିଲା। ଏତିକିବେଳେ ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ଚଢ଼ିଆପଲ୍ଲୀ ଗ୍ରାମରେ ଗତକାଲି ରାତିରେ ଏଭଳି ଅଭାବନୀୟ ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମୃତକଜଣକ ହେଉଛନ୍ତି, ଉକ୍ତ ଗ୍ରାମର ଦେବରାଜ ବେହେରା (୫୫)। ଗତକାଲି ଗ୍ରାମର ଦଣ୍ଡନାଚ ପୁଞ୍ଜା ବାହାରିଥିବା ବେଳେ ପ୍ରଥମ ଦିନରେ ଗ୍ରାମରେ ହିଁ ସମସ୍ତ ରୀତିନୀତି ସଂପନ୍ନ ହୋଇଥିଲା। ରାତିରେ ଗ୍ରାମରେ ସାମାଜିକ ନାଟକ ମଞ୍ଚସ୍ଥ ହେବାର ଥିଲା। ଏଥିପାଇଁ ମଞ୍ଚ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ରମିକ ଭାବେ କାମ କରୁଥିବା ଦେବରାଜ ଖୁଣ୍ଟ ଉପରେ ଚଢ଼ି କପଡ଼ା ଭିଡ଼ୁଥିଲେ। ଏହି ସମୟରେ ମଞ୍ଚ ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ସଂଚାଳିତ ୧୧ କେଭି ତାରକୁ ଅଜାଣତରେ ହାତରେ ଧରି ଟେକିବାକୁ ଚେଷ୍ଟା କରିବାରୁ ଶକ୍ତ ବିଦ୍ୟୁତ୍ ଝଟ୍‌କାରେ ସେ ଛିଟିକି ୧୮ ଫୁଟ ତଳକୁ କଚାଡ଼ି ହୋଇ ପଡ଼ିଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ଜଗନ୍ନାଥପ୍ରସାଦ ଡାକ୍ତରଖାନାକୁ ଅଣା ଯାଇଥିଲେ ହେଁ, ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଚାର ହେବା କ୍ଷଣି ଗ୍ରାମରେ ଉତ୍ସବର ପରିବେଶ ଦୁଃଖରେ ପରିଣତ ହୋଇଥିଲା। ଜଗନ୍ନାଥପ୍ରସାଦ ଥାନାରେ କେସ୍ ନମ୍ବର ୧୯୩ ଅନୁସାରେ ମାମଲା ରୁଜୁ ସହ ଭଞ୍ଜନଗର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ତଦନ୍ତ ଜାରି ରହିଥିବା ଏସ୍‌ଆଇ ପ୍ରଭାତ କୁମାର ସୁବୁଦ୍ଧି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ରଖି ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବବ୍ରତ ସାହୁ କହିଛନ୍ତି, ନାଟକ ମଞ୍ଚସ୍ଥ ପାଇଁ ଉଚ୍ଚକ୍ଷମତାସଂପନ୍ନ ବୈଦ୍ୟୁତିକ ସାମଗ୍ରୀ ଓ ଆଲୁଅ ବ୍ୟବହାର କରାଯାଉଛି। କୌଣସି ଦଣ୍ଡଦାଚଦଳ ବିଦ୍ୟୁତ୍ ବିଭାଗର ଅନୁମତି ନନେଇ ବିପଜ୍ଜନକ ଭାବେ ୧୧ କେଭି ତାରକୁ ବ୍ୟବହାର କରାଯାଉଛି। ଏହାସହ ହୁକ୍‌ ପକା ଯାଉଥିବାରୁ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଏ ଦିଗରେ ସଚେତନତା ଓ ସତର୍କତା ଆବଶ୍ୟକ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe