ଖୋର୍ଦ୍ଧା ପାଇପ୍‌ ମହାରାଷ୍ଟ୍ରକୁ ଚାଲାଣ: ବନ୍ଧାହେଲେ ୧୧ଜଣିଆ ଗ୍ୟାଙ୍ଗ୍‌

ଖୋର୍ଦ୍ଧା ପାଇପ୍‌ ମହାରାଷ୍ଟ୍ରକୁ ଚାଲାଣ: ବନ୍ଧାହେଲେ ୧୧ଜଣିଆ ଗ୍ୟାଙ୍ଗ୍‌

ଖୋର୍ଦ୍ଧା: ଖୋର୍ଦ୍ଧାରେ ପୁଣି ମାତିଲେ ପାଇପ୍‌ ଚୋର ଗ୍ୟାଙ୍ଗ୍‌। ଗତକାଲି ସନ୍ଧ୍ୟାରେ ଆଦର୍ଶ ଥାନା ପୁବୁସାହି ପଞ୍ଚାୟତ ବରସାହି ରାସ୍ତା କଡ଼ରେ ପାଇପ୍‌ ଚୋରି ଚଳାଇଥିବା ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି। ଘଟଣାରେ ମୋଟ୍ ୧୧ଜଣ ଗିରଫ ହୋଇଥିବା ବେଳେ ମହାରାଷ୍ଟ୍ରର ଏକ ଆଇଚର ଗାଡି(ଏମ୍‌ଏଚ୍‌-୧୩-ଡିକ୍ୟୁ-୧୯୯୮) ଓ କାର୍‌ (ଓଡି ୦୨ଏଏନ୍‌-୮୦୮୧) ଜବତ ହୋଇଛି।

ସୂଚନା ମୁତାବକ, ଜବତ ଆଇଚର ଗାଡିଟି ହେଲା ମହାରାଷ୍ଟ୍ର ରାଜ୍ୟ ସୋଲାପୁର ଜିଲ୍ଲାର। ମହାରାଷ୍ଟ୍ରରୁ ଫଳ ନେଇ ଏହି ମାଲ୍ ବୋଝେଇ ଟ୍ରକ୍‌ଟି ଭୁବନେଶ୍ବରକୁ ଆସିଥିଲା। ଫେରିଲା ବେଳେ ଓଡ଼ିଶାରୁ ପାଇପ୍‌ ଯିବ ବୋଲି ଗାଡି ଚାଳକଙ୍କୁ ଟ୍ରାନ୍‌ସପୋର୍ଟର ଜରିଆରେ ଯୋଗାଯୋଗ ହୋଇଥିଲା। ପୂର୍ବ ଯୋଜନା ମୁତାବକ, ଆଇଚର ଗାଡି ପୁବୁସାହି ନିକଟସ୍ଥ ବରସାହିରେ  ଗାଡି ଲାଗିଥିଲା। ସେଠାରେ ପୂର୍ବରୁ ଥିବା ଚୋର ଗ୍ୟାଙ୍ଗ୍‌ ପାଇପ୍‌ ଲୋଡ଼୍‌ କରି ଚାଲିଥିଲେ। ରାତିରେ ଚାଲିଥିବା ଏ ପ୍ରକାର ପାଇପ୍‌ ଚୋରି ଘଟଣାକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହ କରିବା ସହିତ ନିଜେ ଧରପଗଡ଼ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଆସିବା କ୍ଷଣି ସେଥିରୁ କିଛି ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ।

ଏ ଚୋରି ଗ୍ୟାଙ୍ଗ୍‌ର ମୁଖ୍ୟ କାର୍ପଟଦାର୍‌ ନିକଟରେ ଏକ କାର୍‌ରେ ଥାଇ ସବୁ କିଛି ପରିଚାଳନା କରୁଥିଲା। ପୁଲିସ୍‌କୁ ଦେଖି ସେ କାର୍‌ ବି ସେଠୁ ଡିଆଁ ମାରିବାକୁ ଚେଷ୍ଟା କରିଥିଲା। ପୁଲିସ ଧରପଗଡ଼ କରି କାର୍‌କୁ ବି ଧରିଛି। ମୋଟ୍‌ ଉପରେ ଏ ଚୋରି ଘଟଣାରେ ଆଇଚର ଗାଡି ଚାଳକ ତଥା ମାଲିକ ମହାରାଷ୍ଟ୍ର ରାଜ୍ୟ ସୋଲାପୁର ଜିଲ୍ଲାର ସନ୍ତୋଷ ମେଡ୍‌କେ(୩୩) ଓ ରେଭନ୍‌ ଗାୱଡ଼େ(୩୩)ଙ୍କୁ ଗିରଫ କରାଯାଇଛି। ତାଙ୍କ ସହିତ ଅନ୍ୟ ନଅ ଜଣ ହେଲେ ନୟାଗଡ଼ ଓଡ଼ଗାଁ ଥାନା ଅଞ୍ଚଳର ଦ୍ବିତୀକୃଷ୍ଣ ସାହୁ, ବ୍ରହ୍ମପୁର ବଡ଼ବଜାର ଥାନା ନିଳାଚଳସାହିର ବଳିଆ ମହାରଣା(୩୬), ଆସ୍କା ଥାନା ସାନକଳି ଗ୍ରାମର ରଞ୍ଜନ ବିଷୋଇ(୫୮), ଆସ୍କା ଥାନା ଭେଙ୍କେଟ୍‌ ରାଓପାଲ୍ଲୀ ଗାଁର ଅଜୟ ବେହେରା(୩୦), ବୁଗୁଡ଼ା ଥାନା କାକରବାଲି ଗାଁର ଗଣେଶ ପ୍ରଧାନ(୩୦), ରାସୋଳ ତାନା ବେଡ଼ାପଡ଼ା ଗାଁର ଅବୋଲା ସାମଲ(୪୨), ଗଞ୍ଜାମ ଥାନା ମଟବାଡ଼ିର ପୂର୍ଣ୍ଣଚନ୍ଦ୍ର ବାରିକ(୩୨), ଚନ୍ଦକା ଥାନା ଅଞ୍ଚଳର ସୁଧୀର ବେହେରା(୩୩), ଚନ୍ଦକା ଥାନା ଛତାବରର ସନ୍ତୋଷ ବେହେରା(୪୫) ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ, ଏହି ୧୧ଜଣିଆ ଗ୍ୟାଙ୍ଗ୍‌ ମଧ୍ୟରୁ ମୁଖ୍ୟ ଅପରାଧୀ କିଏ? ଓଡ଼ିଶାରୁ ଚୋରି ପାଇପ୍‌ କେଉଁଆଡ଼େ ବିକ୍ରି ହେବାକୁ ଯାଉଥିଲା ସେନେଇ କୌଣସି ସୂଚନା ମିଳି ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe