Childrens Choice Therapy
ଭଦ୍ରକ : ଆଜି ସୁଦ୍ଧା ଭଦ୍ରକ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ରେ ପହଞ୍ଚିଛି। ଏହା ଭିତରେ ୨୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୫ ଜଣ କୋଭିଡ୍ ହସିପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ଜଣେ ସୁସ୍ଥ ହୋଇଥିବା ବେଳେ ନୂଆ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଜିଲ୍ଲାର ବିଭିନ୍ନ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ମୋଟ ୧୧ ହଜାର ୯୩୪ଜଣଙ୍କର ସ୍ବାବ ଟେଷ୍ଟ କରାଯାଇଛି। କରୋନା ଆକ୍ରାନ୍ତରେ ଭଦ୍ରକ ଜିଲ୍ଲାରୁ ଜଣେ ଲୋକଙ୍କର ମୃତ୍ୟୁ ଘଟିଛି। କରୋନାର କାୟା ଜିଲ୍ଲାରେ ବ୍ୟାପୁଥିବା ବେଳେ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ସ୍ଥାନୀୟ ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଭଦ୍ରକରେ ଗୋଷ୍ଠୀ ସଂକ୍ରମଣର ଭୟ ଲୋକଙ୍କୁ ଅଧିକ ଘାରିଛି। ଆଗାମୀ ଦିନରେ କରୋନା ସ୍ଥିତି ଆହୁରି ବିଗିଡି ଯିବା ନେଇ ଆକଳନ କରାଯାଉଛି।
/sambad/media/post_attachments/wp-content/uploads/2020/06/bhadrak1-300x225.jpg)
କରୋନାର କାୟାବିସ୍ତାର ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଶନିବାର ଓ ରବିବାର ଦୁଇ ଦିନ ପାଇଁ ଜିଲ୍ଲା ସଦର ମହକୁମା ସହ ସମସ୍ତ ୭ଟି ବ୍ଲକ ଓ ୪ ଟି ପୌରାଞ୍ଚଳର ଦୋକାନ ବଜାର ବନ୍ଦ ରହିଥିଲା। ଲୋକମାନଙ୍କର ଗମନା ଗମନ ଉପରେ କଡା ନଜର ରଖାଯାଇଥିଲା। ପୁଲିସ ଓ ପ୍ରଶାସନର କଟକଣାକୁ ଅଧିକାଂଶ ଲୋକ ମାନିଥିବା ବେଳେ କିଛି କିଛି ସ୍ଥାନରେ କିଛି ଅମାନିଆ ଯୁବକ କୋଭିଡ୍ ନିୟମକୁ ଭଙ୍ଗ କରି ଜୋରିମାନା ଦେଇଛନ୍ତି। ପୁଲିସ ପକ୍ଷରୁ ଦୁଇ ଦିନ କାଳ ଜିଲ୍ଲାର ସବୁ ଛକ ଓ ସବୁ ସହରଗୁଡିକରେ କଡା ପ୍ରହରା ଦେଇଥିବା ବେଳେ ପୁଲିସ ହାତରେ ଧରାପଡି କିଛି ଯୁବକ ମଧ୍ୟ ମୋଟା ଅଙ୍କରେ ଫାଇନ୍ ଦେଇଛନ୍ତି। ଆଜି ସଟ୍ ଡାଉନ୍ ଅବଧି ଶେଷହୋଇଯାଇଥିବା ବେଳେ ଆସକନ୍ତାକାଲି ସକାଳ ୫ଟାରୁ ସହର ବଜାର ପୁଣି ସ୍ବାଭାବିକ ଭାବେ ଖୋଲା ରହିବ। ସଂଧ୍ୟା ୭ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
Photo: India Rail Infoଜିଲ୍ଲାକୁ ଏବେ ସୁଦ୍ଧା ୪୦ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଫେରିଥିବା ବେଳେ ସେମାନଙ୍କ ଗତିବିଧି ଉପରେ ପ୍ରଶାସନ ନଜର ଦେଇଛି। ଏମାନଙ୍କ ମଧ୍ୟରୁ କିଛି ପ୍ରବାସୀ କୋଭିଡ୍ ନିୟମକୁ ମାନୁଥିବା ବେଳେ ଆଉ କିଛି ଅମାନିଆ କୋଭିଡ୍ ଗାଇଡ୍ ଲାଇନ୍ ମାନୁ ନଥିବା ଅଭିଯୋଗ ହୋଇଛି। ଏଥିପାଇଁ ଅନେକ ସ୍ଥାନରେ ସ୍ଥାନୀୟ ସରପଞ୍ଚ ଓ ଫେରୁଥିବା ପ୍ରବାସୀଙ୍କ ମଧ୍ୟରେ ବାଦ ବିବାଦ ପରିସ୍ଥିତି ସୃଷ୍ଟି ହେଉଛି। ଖାଇବା ରହିବାରେ କେଉଁଠି ସମସ୍ୟା ସୃଷ୍ଟି ହେଲା ବେଳକୁ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ପ୍ରବାସୀ ଫେରନ୍ତାଙ୍କୁ ଏଥିପାଇଁ ସଂଯମତା ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ଜୁଲାଇ ଓ ଆସନ୍ତା ଅଗଷ୍ଟ ମାସରେ ବର୍ଷା ଦିନ ଥିବାରୁ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ଅଧିକ ବୃଦ୍ଧି ପାଇବା ବୋଲି ଆଶଙ୍କା କରାଯାଇଛି। ଅଗଷ୍ଟ ମାସ ଶେଷ ସୁଦ୍ଧା ଭଦ୍ରକ ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା ୫ ଶହ ଟପି ଯିବାର ସମ୍ଭାବନା ରହିଛି। ଏବେଠାରୁ ଲୋକମାନେ ସତର୍କ ନରହିଲେ ଭଦ୍ରକରେ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ରହିଛି।
Follow Us