୧୧ ଓଏଏସ୍‌ ଅଫିସର୍‌ଙ୍କ ବଦଳି

ଓଏଏସ୍ ସ୍ତରରେ ଅଦଳବଦଳ

Odisha Sun Times

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଓଏଏସ୍‌ ଅଫିସର୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ତଥା ବରିଷ୍ଠ ଓଏଏସ୍‌ ଅଫିସର୍‌ କମଳ ଲୋଚନ ମିଶ୍ରଙ୍କୁ ଓସ୍‌ଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ରିଲିଫ କମିସନର୍‌ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ। ଦିଲ୍ଲୀପ କୁମାର ମହାରଣାଙ୍କୁ ଭଞ୍ଜନଗର ଅତିରିକ୍ତ ଉପଜିଲ୍ଲାପାଳ, ନିଲୁ ମହାପାତ୍ରଙ୍କୁ ବାଲେଶ୍ୱର ଡିଆରଡିଏରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ), ବବିତାରାଣୀ ଦଳବେହେରାଙ୍କୁ ବୌଦ୍ଧ ଡିଆର୍‌ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ), ରଜନୀକାନ୍ତ ବିଶ୍ୱାଳଙ୍କୁ କରଞ୍ଜିଆ ଉପଜିଲ୍ଲାପାଳ, ଦେବାଶିଷ ମହାନ୍ତିଙ୍କୁ ଓଡ଼ିଶା ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡର ପ୍ରଶାସନିକ ଅଧିକାରୀ, ଲଲାଟ କୁମାର ଲୁହାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଆଇଟିଡିଏ ପିଏ, ଅଶ୍ୱିନୀ କୁମାର ମେହରଙ୍କୁ ବୌଦ୍ଧ ଉପଜିଲ୍ଲାପାଳ, ସରୋଜିନୀ ପ୍ରସନ୍ନ କୁଲ୍ଲୁଙ୍କୁ ସୁନ୍ଦରଗଡ଼ର ଅତିରିକ୍ତ ଉପଜିଲ୍ଲାପାଳ, ସରୋଜ କୁମାର ଦାଶଙ୍କୁ ଛତ୍ରପୁରର ଅତିରିକ୍ତ ଉପଜିଲ୍ଲାପାଳ ଓ ରଶ୍ମିରେଖା ସ୍ୱାଇଁଙ୍କୁ ରାଜସ୍ବ ପର୍ଷଦର ଉପସଚିବ ଭାବେ ବଦଳି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe