କୋଭିଡ ଡାକ୍ତରଖାନାରେ ୧୧ ରୋଗୀ; ପ୍ରସବ ବନ୍ଦ, ଭିମ୍‌ସାର ରେଫର ହେଉଛନ୍ତି

Advertisment

ଆମ୍ବୁଲାନ୍ସ ନ ମିଳିବାରୁ ଆକ୍ରାନ୍ତ ଛଟପଟ

ଆମ୍ବୁଲାନ୍ସ ନ ମିଳିବାରୁ ଆକ୍ରାନ୍ତ ଛଟପଟ

କୋଭିଡ ଡାକ୍ତରଖାନାରେ ୧୧ ରୋଗୀ; ପ୍ରସବ ବନ୍ଦ, ଭିମ୍‌ସାର ରେଫର ହେଉଛନ୍ତି

ସମ୍ବଲପୁର : ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଛି ସମ୍ବଲପୁର କୋଭିଡ୍‌ ଡାକ୍ତରଖାନା। ବର୍ତ୍ତମାନ ଏହି ଡାକ୍ତରଖାନାର ଆଇସିୟୁରେ କେବଳ ଜଣେ ଓ ସାଧାରଣ ବେଡ୍‌ରେ ୧୦ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି। ସେମାନେ ସୁସ୍ଥ ହୋଇ ଫେରିଯିବା ପରେ ଡାକ୍ତରଖାନାରେ କୋଭିଡ୍‌ ଚିକିତ୍ସା ସଂପୂର୍ଣ୍ଣ ବନ୍ଦ ହେବ ଓ ଆବଶ୍ୟକ ବିଶୋଧନ ପରେ ଏହା ପୂର୍ବ ଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବେ କାମ କରିବ। ସେଥିଲାଗି ଏବେ ଏଠାରେ ନୂଆ କୋଭିଡ୍‌ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଉନାହିଁ। ପ୍ରସବ ମଧ୍ୟ ବନ୍ଦ କରାଯାଇଛି। କୋଭିଡ୍‌ ଆକ୍ରାନ୍ତ ଗର୍ଭବତୀଙ୍କୁ ତେଣୁ ସିଧାସଳଖ ଭିମ୍‌ସାର ପଠାଇ ଦିଆଯାଉଛି।

ଗତକାଲି ମଧ୍ୟ ପ୍ରସବ ପାଇଁ ଜନାର୍ଦ୍ଦନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ରକୁ ଆସିଥିବା ଜଣେ ଗର୍ଭବତୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ଭିମ୍‌ସାର ରେଫର କରାଯାଇଥିଲା। ତେବେ ଆମ୍ବୁଲାନ୍‌ସ ମିଳିବାରେ ବିଳମ୍ବ ଯୋଗୁ ଦୀର୍ଘ ସମୟ ଧରି ସେ ଡାକ୍ତରଖାନା ବାରଣ୍ଡାରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା। କୋଭିଡ୍‌ ସଂକ୍ରମଣ ସଂଖ୍ୟା କମିବା ଯୋଗୁ ପ୍ରଶାସନ କୋଭିଡ୍‌ ଆକ୍ରାନ୍ତଙ୍କ ପରିବହନ ନିମନ୍ତେ ସଂରକ୍ଷିତ ରଖିଥିବା ଆମ୍ବୁଲାନ୍ସ ସଂଖ୍ୟା କମାଇ‌ ଦେଇଥିବା ଜଣାପଡ଼ିଛି। ଅଳ୍ପ କିଛି ଆମ୍ବୁଲାନ୍ସ ରହିଥିବାରୁ ମହିଳାଜଣଙ୍କୁ ବୁର୍ଲା ନେବାରେ ଅସୁବିଧା ହୋଇଥିଲା ବୋଲି ଜେପି ମାଟର୍ନିଟିର ଜଣେ କର୍ମଚାରୀ କହିଛନ୍ତି। ଭବିଷ୍ୟତରେ ଏଭଳି ପରିସ୍ଥିତିର ପୁନରାବୃତ୍ତି ନ ହେବା ପାଇଁ ସମସ୍ତ ଡାକ୍ତରଖାନାରେ କୋଭିଡ୍‌ ଆମ୍ବୁଲାନ୍ସ ସଂରକ୍ଷିତ ରଖିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe