୧୧ ପୁଲିସ ଇନ୍‌ସ୍ପେକ୍ଟରଙ୍କ ବଦଳି

Advertisment
୧୧ ପୁଲିସ ଇନ୍‌ସ୍ପେକ୍ଟରଙ୍କ ବଦଳି

କଟକ: ରାଜ୍ୟ ପୁଲିସ ବିଭାଗରେ କାର୍ଯ୍ୟରତ ୧୧ ଜଣ ଇନ୍‌ସ୍ପେକ୍ଟରଙ୍କୁ ବଦଳି କରାଯାଇଛି । ଆଜି ଆୟୋଜିତ ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ ବୈଠକରେ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା । ବଦଳି ହୋଇଥିବା ପୁଲିସ ଇନ୍‌ସ୍ପେକ୍ଟରଙ୍କ ମଧ୍ୟରେ ବଇରୀ ପିଟିଆଇରେ କାର୍ଯ୍ୟରତ କାଳନ୍ଦୀ ବେହେରାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା, କୋରାପୁଟରେ କାର୍ଯ୍ୟରତ ନିର୍ମଳ କୁମାର ମହାପାତ୍ରଙ୍କୁ ବରଗଡ଼, ଗଞ୍ଜାମର ବିଜୟ କୁମାର ସାହୁଙ୍କୁ ବାଲେଶ୍ୱର, କଟକର ଗଜେନ୍ଦ୍ର ବେହେରାଙ୍କୁ ଭିଜିଲାନ୍ସ, ଭିଜିଲାନ୍ସର ଶ୍ରବଣ କୁମାର ମହାରଣାଙ୍କୁ କଟକ, ବୌଦ୍ଧର ସୁଚିତ୍ରା ଦାସଙ୍କୁ ଯାଜପୁର, କନ୍ଧମାଳର କମଳ ଲୋଚନ ବେହେରାଙ୍କୁ ବଲାଙ୍ଗିର, ସ୍ପେଶାଲ ବ୍ରାଞ୍ଚର ବଟକୃଷ୍ଣ ମିଶ୍ରଙ୍କୁ କୋରାପୁଟ, ବରଗଡ଼ର ଅଭିମନ୍ୟୁ ନାୟକଙ୍କୁ ପୁରୀ, କଳାହାଣ୍ଡିର ସମୀର ରାଉତଙ୍କୁ ପୁରୀ, ସମ୍ବଲପୁରର ପ୍ରଦୀପ କୁମାର ସାହୁଙ୍କୁ କେନ୍ଦ୍ରାପଡ଼ାକୁ ବଦଳି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe